ଭୁବନେଶ୍ବର,୨୦\୭ : ଆମେ ସମସ୍ତେ ଗ୍ରୀନ ଟି ର ଉପକାରିତା ଜାଣୁ । ଆଜି ଆମେ ଆପଣଙ୍କୁ ରେଡ୍ ଟି ବିଷୟରେ କହିବୁ, ଯାହା ଗ୍ରୀନ୍ ଟି ଅପେକ୍ଷା ଆହୁରି ଅଧିକ ଲାଭଦାୟକ । ଏହା ଛଡ଼ା ଅନେକ ଲୋକ ଗ୍ରୀନ ଟିର ସ୍ୱାଦକୁ ପସନ୍ଦ କରନ୍ତି ନାହିଁ, ତେଣୁ ଏହାକୁ ଏଡାଇ ଦିଅନ୍ତି । ସେମାନଙ୍କ ପାଇଁ ରେଡ୍ ଟି ବା ନାଲି ଚା ଏକ ଭଲ ବିକଳ୍ପ ହେବ । ତେବେ  ଆସନ୍ତୁ ଏହାର ଉପକାରିତା ବିଷୟରେ ଜାଣିବା ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଜାଣିବା ...

 

ପ୍ରଥମେ ଜାଣିବା ନାଲି ଚା' ପିଇବାର ଫାଇଦା :

- ନାଲି ଚା' ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ ଏବଂ କୋଷ୍ଠକାଠିନ୍ୟ ସହିତ ଅନ୍ୟାନ୍ୟ ପେଟ ସମ୍ବଦ୍ଧୀୟ ସମସ୍ୟା ହୋଇ ନଥାଏ ।

- ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଓ ହୃଦରୋଗ ସମ୍ବନ୍ଧୀୟ ରୋଗର ଆଶଙ୍କାକୁ ହ୍ରାସ କରେ।

- ପ୍ରତିଦିନ ନାଲି ଚା' ପିଇବା ଦ୍ବାରା କର୍କଟ ଭଳି ଜୀବନଘାତକ ରୋଗକୁ ମଧ୍ୟ ରୋକାଯାଇ ପାରେ।

- ଏହା ମୋଟାପା ଏବଂ ପେଟର ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ ।

- ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ ରଖିବାରେ ସହାୟକ ହୁଏ ।

ରେଡ୍ ଟି କିପରି ପ୍ରସ୍ତୁତ କରିବେ :

ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଡାଳିମ୍ବ ଆବଶ୍ୟକ । ଡାଳିମ୍ବର ଦାନାକୁ ମିକ୍ସି ସାହାର୍ଯ୍ୟରେ ଭଲଭାବରେ ବ୍ଲେଣ୍ଡ କରନ୍ତୁ । ପ୍ରସ୍ତୁତ ମିଶ୍ରଣକୁ ଏକ ପାତ୍ରରେ ଷ୍ଟୋର କରି ଫ୍ରିଜରେ ରଖି ନିଅନ୍ତୁ । ଫଳରେ ଯତେବେଳେ ଚାହିଁବେ ବ୍ୟବହାର କରି ପାରିବେ । ଚା' ପିଇବାକୁ ଇଚ୍ଛା ହେଲେ ଗରମ ପାଣି କରନ୍ତୁ ଏବଂ ଏଥିରେ ଡାଳିମ୍ବର ମିଶ୍ରଣ ସହ ମହୁକୁ ମିଶାନ୍ତୁ । ମିଠା ସ୍ବାଦ ପାଇଁ କିଛି ପରିମାଣର ଚିନି ମଧ୍ୟ ଆଡ୍ କରିପାରିବେ ।

 

ସେହିପରି ମନ୍ଦାର ଫୁଲରୁ ମଧ୍ୟ ଏହି ଚା' ପ୍ରସ୍ତୁତ କରିହେବ । ଫ୍ରେସ୍ ମନ୍ଦାର ଫୁଲକୁ ପାଣିରେ ପକାଇ ଭଲ ଭାବରେ ଫୁଟେଇ ନିଅନ୍ତୁ । ଏଥିରେ କିଛି ପରିମାଣରେ ଅଦା ଓ ଡାଲଚିନ୍ ମିଶାନ୍ତୁ । ଏହାକୁ ଛାଣି ଏଥିରେ ମହୁ କିମ୍ବା ଗୁଡ଼ ପାଉଡର ମିଶାଇ ପିଅନ୍ତୁ ।

ଏହି ଚା' ଆପଣଙ୍କ ସ୍ବାସ୍ଛ୍ୟ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏଥିରେ ଥିବା ଅଣ୍ଟି ଅକ୍ସିଡେଣ୍ଟ ଓ ପଲିଫେନଲ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ପ୍ରଦାନ କରିଥାଏ । ତେବେ ଯେକୌଣସି ପାନୀୟ ପରି ନାଲି ଚା'କୁ ମଧ୍ୟ ସୀମିତ ପରିମାଣରେ ପିଇବା ଉଚିତ ।