ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ବଲାଙ୍ଗିରରେ ବିଶ୍ୱସ୍ତରୀୟ ଯୋଜନାରେ ଲୁଟ୍‌: ଚାଷ ନ କରି ତାଲିକାରେ ସାମିଲ ହୋଇଛନ୍ତି ହିତାଧିକାରୀ, ୭ଟି ବ୍ଲକରେ ବଡ଼ଧରଣର ଷଡ଼ଯନ୍ତ୍ର

Published By : Prameya | January 20, 2025 2:10 PM

ବଲାଙ୍ଗିର,୨୦/୦୧: ମିଲେଟ୍‌ ବା  ମାଣ୍ଡିଆକୁ ପୁଷ୍ଟିକର ଖାଦ୍ୟ ଯୋଜନାରେ  ସାମିଲ କରାଗଲା । ସେଥିପାଇଁ ମିଲେଟ  ଚାଷକୁ ପ୍ରୋତ୍ସାହନ ବି ଦିଆଗଲା । ଏହାକୁ  ବିକଳ୍ପ ଖାଦ୍ୟ ଭାବରେ ପରିଚୟ ଦେବା  ସହ ଗ୍ରାମାଞ୍ଚଳରେ ହେଉଥିବା ମିଲେଟ୍‌କୁ  ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବ ସରକାର  ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଲେ । ହେଲେ ବଲାଙ୍ଗିର ଜିଲ୍ଲାରେ ମିଲେଟ୍‌  ଯୋଜନାକୁ ବିଶ୍ୱସ୍ତରୀୟ କରିବାର  ସଂକଳ୍ପ ଭିତରେ ସରକାରୀ ଯୋଜନାରୁ  ହରିଲୁଟ୍‌ କରିବାର ସାଂଘାତିକ ଷଡ଼ଯନ୍ତ୍ର  କରାଯାଇଛି । କାଗଜକଲମରେ ଚାଷ  ହୋଇଛି । ବିପଣନ ବି ହୋଇଛି । ମିଲେଟ୍‌ ଚାଷୀ ସରକାରୀ ସହାୟତା  ଉଠାଇଛନ୍ତି । ହେଲେ ବାସ୍ତବରେ  ଦେଖିଲା ବେଳକୁ ମିଲେଟ୍‌ର ନାଁ ଗନ୍ଧ  ନାହିଁ । ଉଦ୍‌ବେଗର ବିଷୟ, ମିଲେଟ  ଯୋଜନାର ହିତାଧିକାରୀ ଚାଷୀଙ୍କ  ଜମିରେ ସିଲେଟ ବା ସିରେଲ (ଅନାବନା  ସ୍ଥାନରେ ଉଠୁଥିବା ଏକ ତୃଣ, ଯାହାକୁ ଗ୍ରାମାଞ୍ଚଳରେ ଲୋକେ ଶାଗ ଭାବେ  ଖାଇଥାଆନ୍ତି) ଦେଖିବାକୁ ମିଳିଛି ।  କେତେକ ସ୍ଥାନରେ କପା ଜମିକୁ ମଧ୍ୟ  ମିଲେଟ୍‌ ଚାଷ ଜମି ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଚାଷ ନ କରି  ମଧ୍ୟ ତାଲିକାରେ ହିତାଧିକାରୀ ଭାବରେ  ସେମାନଙ୍କୁ ଯୋଡ଼ାଯାଇଥିବା ଅଭିଯୋଗ ହୋଇଛି ।  

ଏଭଳି କେତେକ ଚଞ୍ଚକତା ସମ୍ପର୍କରେ  ସୂଚନାକର୍ମୀ ସୁରଥ ପଟେଲଙ୍କ  ଆର୍‌ଟିଆଇରୁ ସୂଚନା ମିଳିବା ପରେ  ‘ପ୍ରମେୟ’ ଟିମ ଗ୍ରାଉଣ୍ଡ ଜିରୋରେ  ପହଞ୍ଚିଥିଲା । ପ୍ରଥମେ ବେଲପଡା  ବ୍ଲକରେ ଯୋଜନାର ଉପଯୋଗିତା  କେତେ ସତ କେତେ ମିଛ ତାହାର  ଯାଞ୍ଚ କରାଯାଇଥିଲା । ସମ୍ପୂର୍ଣ୍ଣ ବ୍ଲକରେ  ୧୧୫୧ଜଣ ହିତାଧିକାରୀ ମିଲେଟ୍‌ ଚାଷ  କରିଥିବା ବିଭାଗ କହିଛି । ତେଣୁ ବ୍ଲକର  ମଣ୍ଡଳ ଗାଁରେ ବିଭାଗୀୟ ତଥ୍ୟ ସହ  ବାସ୍ତବତାର ମେଳ କରାଯାଇଥିଲା । ତାଲିକା ଅନୁଯାୟୀ ଆମେ ପ୍ରଥମେ  ହିତାଧିକାରୀ ତାଲିକାର ୧୦୫୪ ନମ୍ବରରେ ଥିବା ଜୟନ୍ତୀ ସେଠଙ୍କ  ପାଖକୁ ଯାଇ ଭେଟିବା ସହ ମାଣ୍ଡିଆ  ଚାଷ ସମ୍ପର୍କରେ ପଚାରିଥିଲୁ । ହେଲେ  ସେ କୌଣସି ଚାଷ କରିନାହାନ୍ତି ବୋଲି  ସିଧାସିଧା କହିଥିଲେ । କିନ୍ତୁ ବିଭାଗ ପକ୍ଷରୁ ଦାଖଲ ରିପୋର୍ଟରେ ସେ ପ୍ରାୟ  ୧ ଏକର ଜମିରେ ଚାଷ କରିଥିବା  ସହ ତାଙ୍କ ସ୍ୱାମୀ ଦୁଃଖନାଶନ ସେଠ  ବୋଲି ଉଲ୍ଲେଖ ରହିଛି । ଏଥିସହ  ତାଙ୍କ ନାଁରେ ଏକ ଆଧାର କାର୍ଡ ଏବଂ  ୟୁଜିବିର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ  ଉଲ୍ଲେଖ କରାଯାଇଛି । ଯାହାକୁ ଦେଖି  ହିତାଧିକାରୀ ଶ୍ରୀମତୀ ସେଠ ସବୁ  ତଥ୍ୟ ମିଛ ଅଟେ । ତାଙ୍କ ନାଁରେ ଅନ୍ୟ  କେହି ସହୟତା ରାଶି ହଡ଼ପ ପାଇଁ  ଉଦ୍ୟମ କରିଥିବା କହିଛନ୍ତି । ଏପରିକି  ତାଙ୍କ ଜମି ଏଥର ପଡ଼ିଆ ପଡ଼ିଥିବା  ସେ କହିଥିଲେ । ପରେ ତାଙ୍କ ଜମିକୁ  ଯାଇ ଦେଖିବାରୁ ସେଠାରେ ସିଲେର  ବା ସିଲେଟ ଗଛ ଉଠିଥିବା ଦେଖିବାକୁ  ମିଳିଥିଲା । ତେଣୁ ହିତାଧିକାରୀଙ୍କ ନାଁରେ  ମିଲେଟ ସହାୟତା ରାଶି ହଡ଼ପ ପାଇଁ  ଷଡ଼ଯନ୍ତ୍ର ହୋଇଥିବା ସ୍ପଷ୍ଟ ହୋଇଥିଲା ।  

ସେହିପରି ମଣ୍ଡଳ ଗାଁ ନାଁରେ ଉଠିଥିବା  ପ୍ରାୟ ହିତାଧିକାରୀଙ୍କ ଚିହ୍ନବର୍ଣ୍ଣ ନଥିବା  ବେଳେ ଅନ୍ୟ ଗାଁର ଲୋକଙ୍କୁ ସେଠି  ହିତାଧିକାରୀ ଭାବରେ ଉଲ୍ଲେଖ  କରାଯାଇଛି । ତେବେ ଏହା କେବଳ  ଉଦାହରଣ ମାତ୍ର । ସମୁଦାୟ ୭ଟି  ବ୍ଲକରୁ ଏଭଳି ଅନେକ ଚଞ୍ଚକତାର  ଅଭିଯୋଗ ଏବେ ସାମ୍ନାକୁ ଆସୁଛି ।  ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି  ଅଧିକାରୀ ବାବୁଲି ଚରଣ ସେଠୀଙ୍କୁ  ପଚାରିବାରୁ ଏଭଳି ହେବା ନିହାତି  ଭାବରେ ସାଂଘାତିକ । ଯଦି କୌଣସି ବି  ସ୍ଥାନରେ ବେଆଇନ କାର୍ଯ୍ୟ କରାଯାଇଛି,  ତା’ହେଲେ ସେମାନଙ୍କ ବିରୋଧରେ  କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି କହିଛନ୍ତି ।  

ସୂଚନାଯୋଗ୍ୟ, ଚଳିତ ବର୍ଷ ଜିଲ୍ଲାର  ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼,  ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ମୁରିବାହାଲ  ଏବଂ ତୁରେକେଲାରେ ମାଣ୍ଡିଆ ଚାଷ  ହୋଇଥିଲା । ୭ଟି ବ୍ଲକରେ ସମୁଦାୟ  ୭୬୫୫ ହେକ୍ଟରର ଚାଷଜମିରୁ  ୫୬୭୭ ହେକ୍ଟର ଜମିରେ ମାଣ୍ଡିଆ  କରାଯାଇଥିଲା । ସେଥିରୁ ହେକ୍ଟର  ପ୍ରତି ୮ କ୍ୱିଣ୍ଟାଲ ଆଧାରରେ ୪୫ହଜାର  ୪୨୨ କ୍ୱିଣ୍ଟାଲ ମାଣ୍ଡିଆ ଅମଳ ହୋଇଥିବା  ବେଳେ ୩୫ହଜାର ୭୬୮ କ୍ୱିଣ୍ଟାଲ ବିକ୍ରି  କରିବାକୁ ଟାର୍ଗେଟ ନିଆଯାଇଛି । ଅମଳ  ମାଣ୍ଡିଆକୁ ପ୍ରତି ବ୍ଲକରେ ୩ଟି ଲେଖାଏ  ମଣ୍ଡି ଅନୁଯାୟୀ ସମୁଦାୟ ୨୧ଟି ମଣ୍ଡିରେ  କିଣାଯାଉଛି । ଯାହାର କ୍ୱିଣ୍ଟାଲ ପ୍ରତି ମୂଲ୍ୟ  ୪୨ଶହରୁ ୪୫ଶହ ଟଙ୍କା ରହିଛି ।  ହେଲେ ଏଥିରେ ମଧ୍ୟ କାଗଜଚାଷ  ହୋଇଥିବା ଅଭିଯୋଗ ଉଠିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.