PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଚାଲିଗଲେ ଭାରତର ମିଲେଟ୍‌ ମ୍ୟାନ୍‌ ପିଭି ସତୀଶ, କୃଷି ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଥିଲା ଗୁରୁତ୍ବପୂର୍ଣ୍ଣ ଅବଦାନ

ହାଇଦ୍ରାବାଦ ୧୯/ ୦୩: ଚାଲିଗଲେ ଭାରତର ମିଲେଟ୍‌ ମ୍ୟାନ୍ । କୃଷି, ମହିଳା ସଶକ୍ତିକରଣ ତଥା ସମାଜସେବା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପିଭି ସତୀଶଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପିଭି ସତୀଶ ରବିବାର ସକାଳେ ହାଇଦ୍ରାବାଦରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସୋମବାର ସକାଳେ ତାଙ୍କର ଅନ୍ତି ସଂସ୍କାର କରାଯିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି ।

ଭାରତର ପାରମ୍ପରିକ କୃଷି ଓ କୃଷକଙ୍କୁ ସହଯୋଗ କରିବାକୁ ୪୦ ବର୍ଷ ତଳେ ଡେକାନ୍ ଡେଭଲପମେଣ୍ଟ ସୋସାଇଟି(DDS) ନାମକ ଏକ ଏନ୍‌ଜିଓ ଗଠନ କରିଥିଲେ ପିଭି ସତୀଶ। ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଡିଡିଏସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ ଥିଲେ। କୃଷି କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ସେ ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ବିୟୋଗରେ ତେଲେଙ୍ଗାନା କୃଷିମନ୍ତ୍ରୀ ଏସ୍‌ ନିରଞ୍ଜନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ମହିଳା ଚାଷୀଙ୍କୁ କିଭଳି ଭାରତର ପାରମ୍ପରିକ କୃଷି ବିଷୟରେ ପ୍ରିଶିକ୍ଷଣ ଓ ପ୍ରୋତ୍ସାହନ ଦିଆଯିବ ସେ ନେଇ ଜହୀରବାଦରେ ଏକ କମ୍ୟୁନିଟି ରେଡିଓ ଷ୍ଟେସନ୍ ଆରମ୍ଭ କରିଥିଲେ। ୧୯୮୩ ପର୍ଯ୍ୟନ୍ତ ସତୀଶ ସେମାନଙ୍କ ସହ କାର୍ଯ୍ୟ କରିଥିଲେ। ଏବଂ ପ୍ରତ୍ୟେକ ସଂକ୍ରାନ୍ତିରେ ପାରମ୍ପରିକ ଶସ୍ୟର ମେଳା ଲଗାନ୍ତି।

ସୂଚନା ଥାଉକି ୧୯୪୫ ଜୁନ ୧୮ ତାରିଖରେ ମହୀଶୂରରେ ଜନ୍ମଗ୍ରହଣ କରିଥିବା ପେରିଆପାଟନା ଭେଙ୍କଟଶୁଭାୟ ସତୀଶ ଦିଲ୍ଲୀ IIMCରେ ସାମ୍ବାଦିକତାର ପାଠ ପଢ଼ି ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷ ଟେଲିଭିଜନ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରି ଟିଭି ସାମ୍ବାଦିକତା କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ପାରମ୍ପରିକ କୃଷି ଓ ସ୍ୱାକ୍ଷରତାକୁ ନେଇ ଦୂରଦର୍ଶନରେ ବିଭିନ୍ନ ଶୋ କରୁଥିଲେ।

ସମ୍ବନ୍ଧିତ ଖବର