PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାରୁ ଭୁବନେଶ୍ବର ଏୟାରଲିଫ୍ଟ

ବ୍ରଜରାଜନଗର,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ। ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡାର ହସ୍ପିଟାଲରୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରି ଅଣାଯାଉଛି। ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡା ଏୟାରପୋର୍ଟ ଅଣାଯାଇଛି। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଉଛି।

ବିଜେଡି କାର୍ଯ୍ୟାଳୟର ଉଦଘାଟନ ପାଇଁ ଯାଉଥିବା ସମୟରେ ବ୍ରଜରାଜ ନଗରରେ ରବିବାର ତାଙ୍କୁ ଗୁଳିମାଡ ହୋଇଥିଲା। ଗାଡିରୁ ଓହ୍ଲାଇବା ସମୟରେ ତାଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ତାଙ୍କୁ ଗୁଳି କରିଛନ୍ତି। ପୋଲିସ ଏଏସ୍‌ଆଇ ଜଣକ ହେଲେ ଗାନ୍ଧି ଛକ ଥାନାର ଏଏସ୍‌ଆଇ ଗୋପାଳ ଦାସ। ସେ ମନ୍ତ୍ରୀଙ୍କୁ ୪-୫ ରୁ ରାଉଣ୍ଡ ଗୁଳି କରିଛନ୍ତି। ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ କରି ନେଇଥିଲା। ଏବେ ତାଙ୍କୁ ପଚରା ଉଚରା ଚାଲଛି।ଗୁଳିମାଡ ହେବାପରେ ମନ୍ତ୍ରୀ ଅଚେତ ହୋଇ ପଡିଥିଲେ। ବାମ ପଟ ଛାତିରେ ଗୁଳିମାଡ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡାର ଏକ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଳା। ତା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରି ଆଣିବା ପକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର