ଭୁବନେଶ୍ବର,୧୯।୬ : ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅବସରରେ ଯୋଗ ଶିବିର ଅନୁଷ୍ଠିତ ହେବ।  ୧୬ ଜିଲ୍ଲାରେ  ଯୋଗ ଶିବିରରେ ଯୋଗ ଦେବେ  ମନ୍ତ୍ରୀ। କେଉଁ ଜିଲ୍ଲା ଯୋଗ ଶିବିରରେ କେଉଁ ମନ୍ତ୍ରୀ ଯୋଗ ଦେବେ ତାହାର ତାଲିକା ପ୍ରକାଶ ପାଇଛି।  ଭୁବନେଶ୍ବରରେ ଅନୁଷ୍ଠିତ ଯୋଗ ଶିବିରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ସେହିପରି  କଟକରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ପୁରୀ ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା ଯୋଗ ଦେବେ। 

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାରସୁଗୁଡା ଯୋଗ ଶିବିରରେ ମନ୍ତ୍ରୀ  ସୁରେଶ ପୂଜାରୀ, ସମ୍ବଲପୁରରେ ମନ୍ତ୍ରୀ ରବି ନାରାୟଣ ନାୟକ, କନ୍ଧମାଳରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ   ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,  ଖୋର୍ଦ୍ଧାରେ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗ ଦେବେ। ସେହିପରି   ଅନୁଗୁଳ ଯୋଗ ଶିବିରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ,  ଗଞ୍ଜାମରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବାରିପଦାରେ  ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, କେଉଁଝରରେ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ, ଭୁବନେଶ୍ବରରେ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ,  କେନ୍ଦ୍ରାପଡାରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ନୟାଗଡରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ  ଯୋଗ ଦେବେ। 

ଅନ୍ୟ ସବୁ ଜିଲ୍ଲାରେ  ଯୋଗ ଶିବିର ଜିଲ୍ଲାପାଳ ଆୟୋଜନ କରିବେ। ସେଠାରେ  ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ନିମନ୍ତ୍ରଣ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ।