ଚମ୍ପୁଆ ୨୪/୧୨: ଅଖା ଭିତରୁ ନାବାଳକର ମୃତଦେହ ଉଦ୍ଧାର। ମୃତକ ଚମ୍ପୁଆ ଥାନା ପର୍ଶଳା ପଞ୍ଚାୟତ ଗୋପୀନାଥପୁର ଗାଁର ସ୍ବର୍ଗତ ରାହାସ ମୁଣ୍ଡାଙ୍କ ୯ ବର୍ଷର ନାବାଳକ ପୁଅ ପବନା ମୁଣ୍ଡା । ପଡ଼ୋଶୀ ଘର ଆଗରୁ ବସ୍ତାରେ ଭର୍ତ୍ତି ମୃତଦେହ ଉଦ୍ଧାର କଲା ପୋଲିସ। ମୃତଦେହ ଜବତ କରିବା ତଦନ୍ତ ଆରମ୍ଭ କରିଛି ପୋଲିସ। ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲା ପବନ। 

 ସୂଚନା ଅନୁଯାଇ, ସୋମବାର ସନ୍ଧ୍ୟାରୁ ବାପ ଛେଉଣ୍ଡ ପବନା ମୁଣ୍ଡାରୁ ନିଖୋଜ ଥିଲେ । ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି ପରେ ବି ପବନାକୁ ପାଇ ନ ଥିଲେ । ଆଜି ଭୋର୍ ସମୟରେ ଗାଁର ଗୌରାଙ୍ଗ ପାତ୍ରଙ୍କ ଘର ଆଗରେ ଏକ ସନ୍ଦିଗ୍ଧ ଅଖା ପଡ଼ିଥିବା ଦେଖିବାକୁ ମିଳିଥିଲା । ସନ୍ଦେହ ହେବାରୁ ଅଖା ଖୋଲିବା ପରେ ଅଖା ଭିତରୁ ପବନାଙ୍କ ମୃତଦେହ ମିଳିଥିଲା । ଏନେଇ ଚମ୍ପୁଆ ଥାନାକୁ ଖବର ଦିଆଯିବା ପରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  କେନ୍ଦୁଝର ଏସପି ନୀତିନ କୁଶଲକର ଦଗଡୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ମଧ୍ୟ ପୋଲିସ ଦଳବଳ ସହ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ର ସାହାଯ୍ୟ ନିଆଯାଇଛି ।