ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଆଶ୍ରମ ସ୍କୁଲରେ ବଡ଼ ଅଘଟଣ: ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ଝୁଲି ରହିଲେ ନାବାଳକ

Published By : Harapriya Sethi | August 27, 2025 2:02 PM

ଗୁଣୁପୁର,୨୭/୦୮: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ । ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ । ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ଘଣ୍ଟାଏ ଧରି ଝୁଲି ରହିଲେ ନାବାଳକ । ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି । ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି ।

ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ସ୍କୁଲରେ ଗଣେଶ ପୂଜା ଚାଲିଥିଲା । ପିଲାମାନେ ଜଣକ ପରେ ଜଣେ ଆସି ପ୍ରଭୁ ଗଣେଶଙ୍କ ନିକଟରେ ନଡ଼ିଆ ପିଟି ଆଶିଷ ନେଉଥିଲେ । ଏହି ସମୟରେ ତୃତୀୟ ଶ୍ରେଣୀର ଜଣେ ଛାତ୍ର ନଡ଼ିଆ ପିଟି ସାରିବା ପରେ ରୋଷେଇ ଘର ଛାତ ଉପରେ ଚଢିଥିଲେ । ମାତ୍ର ଗୋଡ ଖସିଯିବାରୁ ନିକଟରେ ଥିବା ଲୁହା ଗ୍ରୀଲ୍ ଉପରେ ପଡି ଯାଇଥିଲେ । ଲୁହା ଗ୍ରୀଲ୍‌ରେ ଥିବା ମୁନିଆ ଛଡ଼ ଛାତ୍ରଙ୍କ ବାମ ଜଙ୍ଘରେ ପଶି ଯାଇଥିଲା । ଘଟଣାକୁ ନେଇ ସ୍କୁଲରେ ଚହଳ ପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା । ପ୍ରାୟ ୧ ଘଣ୍ଟା ପରେ ଛାତ୍ରକୁ ନିଶା ଇଞ୍ଜେକସନ ଦେଇ ଉଦ୍ଧାର କରାଯାଇଥିଲା । ସ୍କୁଲ କର୍ମଚାରୀଙ୍କ ଅବହେଳାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.