ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିମାନକୁ ବୋମା ଧମକ ଦେଇଥିବା ନାବାଳକୁ ଧରିଲା ପୋଲିସ

Published By : Anindita Ratha | October 17, 2024 8:36 AM

ନୂଆଦିଲ୍ଲୀ,୧୭/୧୦:  ବିମାନରେ ବୋମା ଥିବାର ମିଛ ଖବର ପ୍ରଚାର ପାଇଁ ଛତିଶଗଡ଼ର ଜଣେ ନାବାଳକ ଅଟକ। ମୁମ୍ଵାଇ ପୋଲିସ ତାଙ୍କୁ ଅଟକ ରଖିଛି। ତେବେ ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୨ ବିମାନକୁ ବୋମା ଧମକ ଦେଇ ପୂରା ଦେଶକୁ ଦୋହଲାଇ ଦେବା ପରେ ପୁଲିସ୍‌ ଅଭିଯୁକ୍ତ ନାବାଳକକୁ ଧରିଛି। 

ସୂଚନା ମୁତାବକ, ରାଜନନ୍ଦଗାଓଁର ଏହି ୧୭ ବର୍ଷ ନାବାଳକ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ସେ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେବାରେ ଲାଗିଥିଲା ବୋଲି ପୋଲିସ୍‌ ଜାଣିବାକୁ ପାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୁଲିସ୍‌ ନାବାଳକର ବାପାଙ୍କୁ ମଧ୍ୟ ଘନଘନ ଜେରା କରୁଛି। ବିମାନଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ନାବଳକ ଜଣକ ସ୍କୁଲ ଡ୍ରପ ଆଉଟ।  ମଙ୍ଗଳବାର ପୁଲିସ ତା’ ବାପାଙ୍କୁ ସମନ କରିଥିଲା। ଆଉ ଗତକାଲି ସେ ମୁମ୍ବାଇ ପୁଲିସ୍‌ ନିକଟରେ ହାଜର ହୋଇଛନ୍ତି। ନାବାଳକକୁ ପୁଲିସ୍‌ ହେପାଜତକୁ ନେବା ପରେ ସୁଧାର ଗୃହକୁ ପଠାଇ ଦେଇଛି। ନାବାଳକ ଜଣକ ଏକ୍ସରେ ନିଜ ସାଙ୍ଗ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲା। ଏହାପରେ ବୋମା ଧମକ ଏହି ଆକାଉଣ୍ଟରେ ପୋଷ୍ଟ କରିଥିଲା। ସାଙ୍ଗ ସହ ବିବାଦ ସୃଷ୍ଟି ହୋଇଥିବାରୁ ତା’କୁ ଫସାଇବା ପାଇଁ ସେ ଏପରି କରିଥିଲା। ଏବେ ପୁଲିସ୍‌ ଏହାର ଅଧିକ ତଦନ୍ତ କରୁଛି।

ତେବେ ବାରମ୍ବାର ବୋମା ଧମକ ମିଳିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଧମକ ଘଟଣାରେ ଦିଲ୍ଲୀ ପୁଲିସ ମଧ୍ୟ ୬ଟି ମାମଲା ରୁଜୁ କରିଥିଲା। ଗତକାଲି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ମିଳିଥିଲା। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଓ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍ ପ୍ଲେନ୍ କୁ ଧମକ ମିଳିଥିଲା। ବୋମା ଥିବା ସୂଚନା ପରେ ଇଣ୍ଡିଗୋ ବିମାନ ଅହମଦାବାଦ ଓ ଆକାଶ ବିମାନ ଦିଲ୍ଲୀ ଫେରିଥିଲା।ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୧୨ଟି ବିମାନକୁ ଏମିତି ଧମକପୂର୍ଣ୍ଣ କଲ ଆସିଛି। ଭାରତୀୟ ବିମାନଗୁଡିକୁ ଲଗାତର ବୋମା ଧମକର ଗୁଜବ ମିଳିବା ପରେ ସରକାର ଗୁରୁତର ସହ ନେଇଛନ୍ତି । ବୋମା ଧମକ ନେଇ ଫୋନ କରିଥିବା ବ୍ୟକ୍ତି ଧରାପଡ଼ିଲେ ସେମାନଙ୍କୁ ନୋ ଫ୍ଲାଏ ତାଲିକାଭୁକ୍ତ କରାଯିବ। ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.