PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଜାତୀୟ କନ୍ୟା ଦିବସ ପାଳନ ସମୟରେ ମା ହେଲେ ନାବାଳିକା, ଶିଶୁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନବଜାତକକୁ ହସ୍ତାନ୍ତର କଲେନି ପୀଡିତା…  

ଜଗତସିଂହପୁର୨୪/୧: ଜାତୀୟ କନ୍ୟା ଦିବସ ପାଳନ ହେଉଥିବା ସମୟରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଜଣେ ନାବାଳିକା ଏକ ସନ୍ତାନ ଜନ୍ମ ଦେଇଛନ୍ତି l ପରିବାର ଲୋକଙ୍କ କହିବା ଅନୁସାରେ ଜନ୍ମ କଲା ମା ଏଵେ ସାବାଳିକା l କିନ୍ତୁ ଗର୍ଭବତୀ ସମୟରେ ନାବାଳିକା ଥିଲେ l ଗତ ୧୯ ତାରିଖରେ ସମ୍ପୃକ୍ତା ପୀଡିତା ସନ୍ତାନ ଜନ୍ମ ଦେଇଛନ୍ତି l ୨୦ ତାରିଖରେ ଶିଶୁ ଆଶ୍ରମ କର୍ତ୍ତୃପକ୍ଷ ନବଜାତକକୁ ନିଜ ହେପାଜତକୁ ନେବାକୁ ଚାହିଁ ଥିଲେ ସୁଦ୍ଧା ପୀଡିତା ମା ପ୍ରସ୍ତାବକୁ ଟାଳି ଦେଇଥିଲେ l ପୂର୍ବରୁ ପୀଡ଼ିତାଙ୍କ ଏତଲା ଉପରେ ଅଭିଯୁକ୍ତ ଗିରଫ ହୋଇଛନ୍ତି l କିନ୍ତୁ ନବଜାତକର ଭବିଷ୍ୟତ ଦୃଷ୍ଟିରୁ ଜଗତସିଂହପୁର ଥାନା ଅଂଚଳର ଏହି ପୀଡିତା ମା ଙ୍କ ପାଖରେ କଅଁଳ ଶିଶୁଟି ରହିବା କେତେଦୂର ଯୁକ୍ତି ଯୁକ୍ତ ସେ ନେଇ ପ୍ରଶ୍ନ ଉଠିଛି  l