ରାଜନଗର,୦୯/୧୨: ଇନଷ୍ଟାଗ୍ରାମ୍ରେ ଜନୈକ ନାବାଳିକା ସରକାରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିବା ସହ ନିଜର ନିରାପତ୍ତା ପାଇଁ ଆକୁଳ ନିବେଦନ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।
ରାଜନଗର ବ୍ଲକ୍ କୋଇଲିପୁର ପଞ୍ଚାୟତ ଅଧୀନସ୍ଥ ଏକ ଗାଁର ଏହି ନାବାଳିକା ପ୍ରକାଶ କରିଛନ୍ତି ଯେ, ତାଙ୍କର ବୟସ ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ବାପା-ମା’ ଓ ଭିଣୋଇ ତାଙ୍କୁ ବିବାହ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । ଏପରିକି ୩ ଦିନ ଧର ତାଙ୍କୁ ଘରେ ଅଟକ ରଖି ମାଡ଼ ମାରିଛନ୍ତି । ଏପରିକି ଖଣତି ପକାଇ ମାରିଦେବାକୁ ଉଦ୍ୟମ କରିଥିଲେ । ସୁଯୋଗ ଦେଖି ସେ ଘରୁ ଲୁଚି ଅନ୍ୟତ୍ର ପଳାଇ ଯାଇଛନ୍ତି । ତାଙ୍କୁ ଅଳ୍ପ ବୟସରେ ବିବାହ କରିବାକୁ ଚାପ ପକାଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ବାପା-ମା’ ଓ ଭିଣୋଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି ।