ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ନାବାଳିକାଙ୍କୁ ୧୪ ଦିନ ଧରି ବନ୍ଦ ଘରେ ରଖି ଦୁଷ୍କର୍ମ; ବନ୍ଧାହେଲା ଅଭିଯୁକ୍ତ

Published By : Harapriya Sethi | August 1, 2025 7:55 AM

ବାଲିଶଙ୍କରା, ୦୧/୦୮: ହଜିଗଲାଣି ମଣିଷତ୍ୱ । ମରିଗଲା ମାନବିକତା । ଦିନକୁ ଦିନ ନିଷ୍ଠୁର ହେଉଛି ସମାଜ । ଯୌନ ରାକ୍ଷସଙ୍କ କବଳରୁ ବର୍ତ୍ତି ପାରୁ ନାହାନ୍ତି କୁନି କୁନି ଝିଅ । ଗୋଟିଏ ପରେ ଗୋଟିଏ କେସ୍‌ ସାମ୍ନାକୁ ଆସୁଛି । ଯାହା ମାନବିକତା ଉପରେ ପ୍ରଶ୍ନ ଉଠାଉଛି । ଏମିତି ଗୋଟେ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ । ଏକ ବନ୍ଦ କୋଠରିରେ ଦୀର୍ଘ ୧୪ ଦିନ ଧରି ପଣବନ୍ଦୀ ରଖି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କଲା ଯୌନ ରାକ୍ଷସ । ମାରିଦେବାକୁ ଦେଇଥିଲା ଧମକ । ହେଲେ ଏସବୁ ଭିତରେ ସାହସ ଜୁଟାଇ କୌଶଳକ୍ରମେ ଖସି ଆସିଲେ ପୀଡ଼ିତା । ପୁଲିସ ଆଗରେ ବଖାଣିଲେ ଅଙ୍ଗେ ନିଭାଇଥିବା କରୁଣ କାହାଣୀ । ଆଉ ତା ପରେ ବନ୍ଧା ହୋଇଛି ଅଭିଯୁକ୍ତ । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।  

ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା କଥା, ଗତ ୧୬ ତାରିଖରେ ନାବାଳିକାଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲା ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତେ୍ୱ ଝିଅର ପତ୍ତା ମିଳି ନ ଥିଲା । ୧୭ ତାରିଖରେ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ପୁଲିସ୍‌ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ମିଳି ନଥିଲା । ହଠାତ୍‌ ବୁଧବାର ରହସ୍ୟଜନକ ଭାବେ ନାବାଳିକା ଘରେ ପହଞ୍ଚିଥିଲେ । ଜଣେ ଯୁବକ ତାଙ୍କୁ ଅପହରଣ କରିନେଇ ଏକ ରୁଦ୍ଧ କୋଠରିରେ ରଖିଥିଲେ । ହତ୍ୟା ଧମକ ଦେଇ ବାରମ୍ବାର ବଳାତ୍କାର କରିଥିବା କହିଥିଲେ । ବନ୍ଦ କୋଠରିରୁ ବାହାରିବାକୁ ନାବାଳିକାକୁ ସୁଯୋଗ ମିଳୁ ନଥିଲା । ବୁଧବାର ଅଭିଯୁକ୍ତ ଘର କବାଟକୁ ବନ୍ଦ କରିବାକୁ ଭୁଲି ଯାଇ ବାହାରକୁ ପଳାଇଥିଲା । ଏହାର ସୁଯୋଗରେ ନାବାଳିକା ଜଣକ ଖସି ଆସିବାରେ ସକ୍ଷମ ହୋଇଥିବା କହିଥିଲେ । ଘରେ ପହଞ୍ଚିବା ପରେ ଶାରୀରିକ ଶୋଷଣର କାହାଣୀ କହିଥିଲେ । ଗୁରୁବାର ପୀଡ଼ିତାଙ୍କୁ ଧରି ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୁଲିସ୍‌ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ଅପରାହ୍ଣରେ ଅଭିଯୁକ୍ତକୁ ଉଠାଇ ଆଣି ଅଟକ ରଖିଛି । ଶୁକ୍ରବାର କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ସମ୍ପର୍କରେ ପୁଲିସ୍‌ କିଛି କହିବାକୁ ମନା କରିଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.