ତୁରେକେଲା, ୪।୨: ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଆଧାରରେ ତୁରେକେଲା ପୁଲିସ ଗତକାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ବୁଧବାର ଉତ୍ତରାଞ୍ଚଲ ଆଇଜି ହିମାଂଶୁ ଲାଲ ତୁରେକେଲା ଥାନା ପହଞ୍ଚି ଅଧିକ ତଦନ୍ତ କରିଥିଲେ । ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତ ଥିଲେ । ଗତକାଲି ରାତିରେ ପୀଡ଼ିତାଙ୍କ ବାପା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ । ତେବେ ଆଇଜି ହିମାଂଶୁ ଲାଲ ଏହି ମାମଲାରେ ସମସ୍ତଙ୍କୁ ଗିରଫ କରିଛନ୍ତି । ବଲାଙ୍ଗିର ଏସପି ସାଇଣ୍ଟିଫିକ ଟିମ୍କୁ ନେଇ ତଦନ୍ତ କରିଛନ୍ତି ।

ଏହି ମାମଲାରେ ନାବାଳକମାନେ ସମ୍ପୃକ୍ତ ଥିବାବେଳେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଦେଖି କମ୍ ବୟସରେ ପଥଭ୍ରଷ୍ଟ ହେଉଛନ୍ତି । ଆମ ପକ୍ଷରୁ ଆଗକୁ ସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ସାମିଲ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବଲାଙ୍ଗିର ଏସପି କହିଛନ୍ତି । ଭିଡିଓ ଭାଇରାଲ ହେଲା ତେଣୁ ଆଇଟି ଆକ୍ଟରେ ମଧ୍ୟ ଲାଗିଛି । କିଏ ଭିଡିଓ କଲା ସେ ଦିଗ ଉପରେ ମଧ୍ୟ ତଦନ୍ତ ଚାଲୁଛି । ଘଟଣା ଡିସେମ୍ବରରେ ହୋଇଥିବା ବେଳେ ଏହି ମାମଲାରେ ଥିବା ଅଭିଯୁକ୍ତମାନେ ଝିଅକୁ ଧମକ ଦେଉଥିଲେ । ତେଣୁ ଏତେ ଦିନ ଧରି ଏହି ଘଟଣା ଦବି ରହିଥିଲା । କିନ୍ତୁ, ଭିଡିଓ ଭାଇରାଲ ହେବା ପରେ ଝିଅଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ଏସପି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ନାବାଳକଙ୍କୁ ଜେଜେବି ବୋର୍ଡରେ ହାଜର କରାଯିବ ଏବଂ କଠୋରରୁ କଠୋର ଦଣ୍ଡ କେମିତି ମିଳିବ ସେନେଇ ଚେଷ୍ଟା କରୁଛୁ ।

ଆହୁରି ପଢ଼ନ୍ତୁ... ​​​​​​​ସୁନା ସଫା ପାଉଡର ବିକ୍ରି ନାଁରେ ମହିଳାଙ୍କୁ ଛୁରୀ ଦେଖାଇ ଧମକ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର