ନୂଆପଡ଼ା, ୧୮।୧୨ : ଟ୍ରାକ୍ଟର ଚାପାରେ ୭ ବର୍ଷର ଶିଶୁପୁତ୍ର ମୃତ। ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଳା ପଞ୍ଚାୟତ ବଘାମୁଣ୍ଡା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି।
ସୂଚନା ଅନୁସାରେ, ବଘାମୁଣ୍ଡା ଗ୍ରାମର ଅଟଳ ବିହାରି ଆଡବଙ୍ଗଙ୍କ ୭ ବର୍ଷର ପୁଅ ବୁଲୁ ଆଡ଼ବଙ୍ଗ ଘର ପାଖ ଛକ ରାସ୍ତାରେ ଠିଆ ହୋଇଥିବା ବେଳେ ଏକ ଧାନ ବୋଝେଇ ଟ୍ରାକ୍ଟର ପଛପଟୁ ଚାପି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଛି। କୋମନା ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।