କୋକସରା/ଜୟପାଟଣା, ୪/୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଲଜ୍ଜା । ୭୦ ବର୍ଷୀୟ ଜଣେ ମାନସିକ ବିକୃତି ବୃଦ୍ଧାଙ୍କୁ ଏକ ଟ୍ରାକ୍ଟର ଡ୍ରାଇଭର ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମହିଳା ଜଣକ ଜାମଚୁଆ ଗାଁର । ସୋରି ନିକଟସ୍ଥ କେନାଲ ସାଇପନରେ ଗାଧୋଇ ଯାଉଥିବା ସମୟରେ ଏକ ଟ୍ରାକ୍ଟର ଡ୍ରାଇଭର ସୁଯୋଗ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଟ୍ରାକ୍ଟର ଡ୍ରାଇଭରଟି ମଙ୍ଗଳପୁର ଗ୍ରାମର ଭୁଜବଲ ପହରିଆ ବୋଲି ଜଣାପଡ଼ିଛି । ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଥିବା ମଧ୍ୟ ଜଣାପଡ଼ିଛି ।

ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗ...