ନବରଙ୍ଗପୁର: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଦାଗ । ଚାକିରି ଯାଇଥିଲା ଏବେ ଗିରଫ ହେଲେ । ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଅସଦାଚରଣ ଅଭିଯୋଗରେ ପ୍ରଶାସନ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ବର୍ତ୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଜେଲ ପଠାଇଛି । ପିଡ଼ିତାଙ୍କ ଥାନାରେ ଏତଲା ପରେ ପୋଲିସ, ପ୍ରଥମ ଦୃଷ୍ଟିକୋଣ ପ୍ରମାଣ(prima fasie evidence) ପାଇ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ପୋକ୍ସ କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ।
କହି ରଖୁଛୁ କି, ଗତ ଏପ୍ରିଲ ୧୫ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀଙ୍କ ଦ୍ଵାରା ଅସାଦାଚରଣର ଅଭିଯୋଗ ଆଣି ପୀଡିତା ଛାତ୍ରୀ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପିଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କୁ ତେନ୍ତୁଳିଖୁଣ୍ଟି ଥାନା କେଶ ନମ୍ବର 81/26 ରେ ମାମଲାରେ ପୋକ୍ସ, ଏଟ୍ରୋସିଟି, ଜେଜେ ଆକ୍ଟ, ଆଧାରରେ ଗିରଫ କରାଯାଇଛି ।
ଅନ୍ୟପଟେ ପୋଲିସ ପିଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସି ନିକଟରେ ହାଜର କରାଇଥିଲେ । କୋର୍ଟ ରେ ପୀଡିତା ଙ୍କ 183 BNS ରେ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଙ୍କୁ ପୋକ୍ସ କୋର୍ଟରେ ହାଜର ପରେ କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜେଲ ଯାଇଥିବାର ସୂଚନା ଦେଇଛନ୍ତି ନବରଙ୍ଗପୁର SDPO କୃଷ୍ଣ ଚନ୍ଦ୍ର ଭତରା ।
ଏହାସହ ପଢ଼ନ୍ତୁ : ଘର ମାଲିକଙ୍କ ଘରେ କଳାକନା ବୁଲାଇ କିଣିଥିଲେ ଫ୍ଲଟ୍, ଧରା ପକାଇଦେଲା ଏହି ଭୁଲ୍...