ନୂଆଦିଲ୍ଲୀ : ଭଡ଼ାଟିଆ ନୁହେଁ ପରିବାର ଭାବି ଚଳୁଥିଲେ ଘର ମାଲିକ । ବିଶ୍ବାସରେ ବିଷ ଦେଲା ଭଡ଼ାଟିଆ । ଘରେ ବୁଲାଇଲା କଳାକନା । ଆଉ ଏତେ ଟଙ୍କା ଚୋରି କଲା ଯେ ସିଧା ପ୍ଟ କିଣିଦେଲା । ଉତ୍ତରପ୍ରଦେଶରୁ ଏଭଳି ଏକ ଚୋରି ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୁଲିସ ଏବେ ଏହି ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

କୋତଓ୍ବାଲି ଅଞ୍ଚଳର ମନୀଷ ଶୁକ୍ଲା ଏବଂ ସୌରଭ ଥାନାରେ ଏତଲା ଦେଇଥିଲେ କି, ୨୬ ଲକ୍ଷ ଟଙ୍କାର ଅଳଙ୍କାର ଘରୁ ଚୋରି ହୋଇଛି । ତେବେ ସେମାନେ ପ୍ରଥମେ କାହା ଉପରେ ସନ୍ଦେହ କରିବେ ଭାବି ପାରିନଥିଲେ । ଘରେ ଭଡ଼ାରେ ରହୁଥିବା ଇନ୍ଦୁ ମଧ୍ୟ ଏଭଳି ଅଭିନୟ କରିଥିଲେ ଆଉ ଦୁଃଖରେ ଦୁଖି ହୋଇଥିଲେ ସେମାନେ ବିଶ୍ବାସ କରିପାରିନଥିଲେ । ପୁଲିସ ପାଖରେ ପହଞ୍ଚିବାବେଳେ ଗୁରୁତର ସହ ନିଆଯାଇଥିଲା ଏବଂ ତଦନ୍ତ ଆରମ୍ଭ ହୋଇଥିଲା ।

ତଦନ୍ତ ଆରମ୍ଭ ହେବାର କିଛିଦିନ ମଧ୍ୟରେ ଇନ୍ଦୁ ଘର ଛାଡ଼ି ଦେଇଥିଲେ । ଏହାପରେ ସେମାନଙ୍କ ସନ୍ଦେହ ହୋଇଥିଲା । ଆଉ ପୁଲିସ ମଧ୍ୟ ତାଙ୍କ ଉପରେ ନଜର ରଖିଥିଲା । ପରେ ଜାଣିବା ବେଳକୁ ଭଡ଼ାଟିଆ ହିଁ ଘରେ କଳାକନା ବୁଲାଇଥିଲା ବୋଲି ଜଣାପଡ଼ିଥିଲା । ଆଉ ପୁଲିସ ତାଙ୍କ ନିକଟରୁ ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହ ଲକ୍ଷେ ୭୫ ହଜାର ନଗଦ ଟଙ୍କା ଜବତ କରିଥିଲା । ମହିଳା ଜଣକ ୬ ଲକ୍ଷ ଟଙ୍କାର ଅଳଙ୍କାର ବିକି ଦେଇଥିବାବେଳେ ସେହି ଟଙ୍କାରେ ପ୍ଲଟ କିଣିଥିବା ଜଣାପଡ଼ିଥିଲା । ଲକ୍ଷ୍ନୌରେ ୬ ଲକ୍ଷ ଟଙ୍କାରେ ଏକ ପ୍ଲଟ କିଣିଥିବା ପୁଲିସ ଆଗରେ ମାନିଥିଲା । ସେପଟେ ଅଳଙ୍କାର କିଣିଥିବା ଦେକାନୀକୁ ମଧ୍ୟ ଗିରଫ କରିଛି ପୁଲିସ । ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ।

ଏହାସହ ପଢ଼ନ୍ତୁ : ସକାଳୁ ସକାଳୁ ଥରିଲା ଜାପାନ, ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ