ଭୁବନେଶ୍ଵର, ୦୮/୦୨ : ତାସ୍ ଖେଳରେ ହାର୍ ଜିତକୁ ନେଇ ତୁମୁଳକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ। ୨ ଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ଏନଏସି ଅନ୍ତର୍ଗତ ପାଟପୁର ଜୈନାବାଦ ମଲ୍ଲିକ ସାହି ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ସୂଚନାନୁଯାୟୀ, ୨ ଦିନ ତଳେ ମଲ୍ଲିକ ସାହି ଗ୍ରାମର ଅଜୟ ମଲ୍ଲିକ ଘର ସାମ୍ନାରେ ବସି ତାସ୍ ଖେଳୁଥିଲେ। ତାଙ୍କ ସହିତ ସେହି ଗ୍ରାମର ଆଉ ଜଣେ ବ୍ୟକ୍ତି ଜଗୁ ଓରଫ ଏସ କେ ସଲିମ ମଧ୍ୟ ଖେଳୁଥିଲେ। କିଛି ସମୟ ପରେ ହାର୍ ଜିତକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ଜଗୁ ଓରଫ ଏସ କେ ସଲିମ୍ ନିଶାସକ୍ତ ଅବସ୍ଥାରେ ଏକ ଭଙ୍ଗା କାଚ ସାହାଯ୍ୟରେ ଅଜୟଙ୍କ ବେକକୁ କାଟି ଦେଇଥିଲା। ସ୍ଥାନୀୟ ଲୋକେ ଅଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅଜୟଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇ ଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧରେ କେସ ନମ୍ବର ୩୪/୨୫ରେ ଏକ ମାମଲା ରୁଜୁ କରିବା ସହିତ ଏସ କେ ସଲିମକୁ ଗିରଫ କରିଥିଲା। ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ। 

ଏହି ଖବରଟିକୁ ପଢନ୍ତୁ-ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ହେଲା ସରଳ ,ଏଣିକି ଜିଲ୍ଲାପାଳ ଫେରସ୍ତ କରିବେ ଟଙ୍କା