ଭୁବନେଶ୍ୱର,୧୭/୦୫: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର । ବାଇକ୍ରେ ଆସି ୨ ଦୃର୍ବୁତ୍ତ ଖେଳାଇଲେ ଆତଙ୍କ । ଖଣ୍ଡା ଚୋଟରେ ଭାଙ୍ଗିଲେ କାର୍ର ପଛ କାଚ। ସିସିଟିଭିରେ କଏଦ୍ ହେଲା ଦୃଶ୍ୟ । ଶୁକ୍ରବାର ବିଳମ୍ୱିତ ରାତିରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖକୁ ଆସିଥିଲେ । ଦ୍ରୁତ ଗତିରେ ଆସି ଦୋକାନ ସାମ୍ନାରେ ଥିବା କାର୍ର ପଛ କାଚକୁ ଖଣ୍ଡା ଚୋଟରେ ଭାଙ୍ଗି ଫେରାର ହୋଇଥିଲେ । ଯାହା ଫଳରେ ଗାଡ଼ିଟିର ଆଲାରାମ୍ ବାଜିଥିଲା । ଏହାର ଶବ୍ଦ ଶୁଣି ଦୋକାନ ଭିତରୁ ୨ ଜଣ ଯୁବକ ଆସି ଦେଖିଲା ବେଳକୁ ଗାଡ଼ିଟିର ପଛ କାଚ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣା ପରେ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ଅପରାଧୀଙ୍କ ଟେର ପାଇନି ପୋଲିସ ।