ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଘରେ ପଶି କଳାକନା ବୁଲାଇଲେ ଚୋର; ଲୁଟି ନେଲେ ଲକ୍ଷାଧିକ ଟଙ୍କା

Published By : Anindita Ratha | July 9, 2025 11:45 AM

ନିଶ୍ଚିନ୍ତକୋଇଲି,୦୯/୦୭: ଘରେ ପଶି କଳାକନା ବୁଲାଇଲେ ଚୋର। ଗ୍ରିଲ୍ ତାଡ଼ି ଲୁଟି ନେଲେ ଲକ୍ଷାଧିକ ଟଙ୍କା । କଟକ ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳ ଗ୍ରାମପଞ୍ଚୟତ ରାମଚନ୍ଦ୍ରପୁର ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ରପୁର ଗ୍ରାମର ବିଜୟ କୁମାର ସାହୁଙ୍କ ପରିବାର ଖାଇପିଇ ଶୋଇଥିଲେ। ଏହି ସମୟରେ ଦୁର୍ବୁତ୍ତମାନେ ତାଙ୍କ ଘରର ଗ୍ରିଲ୍ ତାଡ଼ି ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସେହିପରି ଭାବେ ଦୁର୍ବୁତ୍ତମାନେ ସେହି ଗ୍ରାମର ଗଣେଶ୍ୱର ବଳ ଓ ବାସନ୍ତୀ ଓଝାଙ୍କ ଘରୁ ଲୁଟ୍ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.