ବିଞ୍ଝାରପୁର, ୦୨/୦୧ : ବିଞ୍ଝାରପୁର ଥାନା ମଇଁନ୍ଦା ଛକରେ ଲୁଟ୍। ଏଚଡିଏଫସି ବ୍ୟାଙ୍କ ଏଟିଏମ୍ ତାଡ଼ିନେଲେ ଦୁର୍ବୃତ୍ତ। ଖବର ପାଇବା ପରେ ବିଞ୍ଝାରପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଚୋରଙ୍କୁ ଖୋଜା ଚାଲିଛି। 

ସୂଚନାନୁଯାୟୀ, ନୂଆବର୍ଷ ରାତିରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକ ନିକଟରେ ଲୁଟ୍। ଏକ ଏଚଡିଏଫସି ବ୍ୟାଙ୍କ ଏଟିଏମ୍ କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଏଟିଏମ୍ ଚୋରି ଖବର ପାଇବା ପରେ ବିଞ୍ଝାରପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁବୃର୍ତ୍ତଙ୍କୁ ଧରିବା ପାଇଁ ପୁଲିସ ସିସିଟିଭି ଯାଞ୍ଚ କରୁଛି। ଚୋରଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇଛି। ଏହି ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଛି। 

ଏହି ଖବରଟିକୁ ପଢନ୍ତୁ- କୁହୁଡ଼ିରେ ଲୁଚିଗଲା ବ୍ଲାକ୍ ପାଗୋଡା, କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ