କୋଣାର୍କ, ୦୨/୦୧ : କୁହୁଡ଼ିରେ ଲୁଚିଗଲା ବ୍ଲାକ୍ ପାଗୋଡା। କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ। ସକାଳ ୮ଟା ଯାଏ ୫୦ ମିଟର ଯାଏ ଦିଶିଲାନି ବାଟଘାଟ। ଯାନବାହାନ ଚଳାଚଳ ବାଧାପ୍ରାପ୍ତ।
ନୂଆବର୍ଷ ପାଇଁ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଶୁକ୍ରବାର ସକାଳେ କୋଣାର୍କ ମନ୍ଦିର ଘନ କୁହୁଡ଼ିରେ ଆଛାଦିତ ହୋଇ ରହିଥିଲା। କହିବାକୁ ଗଲେ ବ୍ଲାକ୍ ପାଗୋଡ଼ା ଅଦୃଶ୍ୟ ହୋଇଯାଇଥିଲା। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ। ସକାଳ ୮ଟା ପର୍ଯ୍ୟନ୍ତ ପ୍ରାୟ ୫୦ମିଟର ଯାଏ ବାଟଘାଟ କିଛି ଦୃଶ୍ୟମାନ ହେଉନଥିଲା। ଯାନବାହାନ ଚଳାଚଳରେ କୁହୁଡ଼ି ପ୍ରତିବନ୍ଧକ ସାଜିଥିଲା। ଫଳରେ ଯାତୟାତରେ ସମସ୍ୟା ଦେଖାଦେଇଥିଲା।
ଏହି ଖବରଟିକୁ ପଢନ୍ତୁ- ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ୨ ନାତି, ଅଭିଯୁକ୍ତ ଫେରାର୍