ନୂଆଦିଲ୍ଲୀ ୩୦/୦୩: ଥାଇଲାଣ୍ଡରେ ‘ମିସ୍ ଗ୍ରାଣ୍ଡ ଥାଇଲାଣ୍ଡ-୨୦୨୬’ ସୁନ୍ଦରୀ ପ୍ରତିଯୋଗିତାର ଷ୍ଟେଜ ଜଣେ ମଡେଲଙ୍କ ନକଲି ଦାନ୍ତ ଖସିପଡିଥିବା ଘଟଣା ସାମ୍ନାକୁ ଆସିଛି । ପ୍ରତିଯୋଗୀ ହେଲେ ୧୮ ବର୍ଷୀୟ କମୋଲୱାନ ଚନାଗୋ । ଚଳିତମାସ ୨୫ ତାରିଖରେ ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ‘ମିସ୍ ଗ୍ରାଣ୍ଡ ଥାଇଲାଣ୍ଡ-୨୦୨୬’ ସୁନ୍ଦରୀ ପ୍ରତିଯୋଗିତାର ପ୍ରିଲିମନାରୀ ରାଉଣ୍ଡ ସମୟରେ ଏହି ଘଟଣା ଘଟିଥିଲା । ସେତେବେଳେ କମୋଲୱାନ ଷ୍ଟେଜ୍ରେ ନିଜର ପରିଚୟ ପ୍ରଦାନ କରୁଥିଲେ । ଅଚାନକ ତାଙ୍କର ନକଲି ଦାନ୍ତ ବାହାରିଗଲା । ସେହି ସମୟରେ ସେଠାରେ ୭୬ରୁ ଅଧିକ ପ୍ରତିଯୋଗୀ ଏବଂ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ କେହି ହୋଇଥିଲେ ଏହି ଘଟଣା ଯୋଗୁ ନିଶ୍ଚିତ ଭାବେ ଘାବରେଇ ଯାଇଥାନ୍ତେ ।
ତେବେ ନକଲି ଦାନ୍ତ ଖସିପଡିବା ଯୋଗୁ କମୋଲୱାନ ଭୟଭୀତ ହେବା ବଦଳରେ ପ୍ରଫେସନାଲ ଆଚରଣ ପ୍ରଦର୍ଶନ କଲେ । ହାଲ୍କା ପଛକୁ ବୁଲି ବହୁତ ଶୀଘ୍ର ନକଲି ଦାନ୍ତକୁ ଠିକ୍ କଲେ । ଏହାପରେ ହସି ହସି ନିଜର ପରିଚୟ ଦେଲେ ଏବଂ ରାମ୍ପ ୱାକ୍ ପୂରା କଲେ । କେବଳ ସେତିକି ନୁହେଁ, କିଛି ନ ଘଟିବା ଭଳି ଷ୍ଟେଜ ଉପରେ ଆରାମରେ ବିଭିନ୍ନ ପୋଜ୍ ମଧ୍ୟ ଦେଲେ । ଏହି ପୂରା ଘଟଣା ସିଧା ପ୍ରସାରଣ ସମୟରେ ରେକର୍ଡ ହୋଇଥିବାବେଳେ ସେଥିଯୋଗୁ କମୋଲୱାନ ସୋସିଆଲ୍ ମିଡିଆରେ ପ୍ରସିଦ୍ଧ ହୋଇଯାଇଛନ୍ତି । ତାଙ୍କର ଉପସ୍ଥିତ ବୁଦ୍ଧି ତଥା ଆତ୍ମବିଶ୍ୱାସକୁ ଲୋକେ ପ୍ରଶଂସା କରୁଛନ୍ତି ।
ଆହୁରି ପଢ଼ନ୍ତୁ...୪୦ ବର୍ଷରେ ଦ୍ୱିତୀୟ ଥର ମା' ହେଲେ ସୋନମ କପୁର, ଘରକୁ ଆସିଲେ କୁନି ଅତିଥି