ନୂଆଦିଲ୍ଲୀ,୩୦/୦୩; ବଲିଉଡ଼ 'ଫ୍ୟାସନ୍ ଅଭିନେତ୍ରୀ' ସୋନମ କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଦ୍ୱିତୀୟ ଥର ବାପା-ମା' ହୋଇଛନ୍ତି । ଅଭିନେତ୍ରୀ ୪୦ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ଉଭୟ ସୋନମ ଏବଂ ଆନନ୍ଦ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ସୋସିଆଲ ମିଡିଆରେ ଖବର ଆସିବା ପରେ ସୋନମ ଏବଂ ଆନନ୍ଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ସୋନମ କପୁର ଏହି ଖୁସି ସେୟାର କରି ଲେଖିଛନ୍ତି, '' ଆମ ପରିବାର ଏବେ ଆଉ ଟିକେ ବଡ ହୋଇଛି । ସେ ଆସିବା ପରେ ଆମ ହୃଦୟ ଖୁସିରେ ଭରି ଯାଇଛି । ବାୟୁ ତାଙ୍କ ସାନ ଭାଇର ସ୍ୱାଗତ କରି ବହୁତ ଖୁସି । ଆମେ ଏହି ଅମୂଲ୍ୟ ନୂଆ ଜୀବନ ପାଇ ନିଜକୁ ଭାବ୍ୟଶାଳୀ ଅନୁଭବ କରୁଛୁ । ଯିଏ ଆମ ଘରକୁ ଖୁସି ଏବଂ ଆର୍ଶୀବାଦରେ ଭରି ଦେଇଛନ୍ତି । ଆମେ ୪ ଜଣ ପରିବାର ରୂପରେ ଏହି ସୁନ୍ଦର ନୂଆ ଅଧ୍ୟାୟକୁ ଆରମ୍ଭ କରିବା ନେଇ ଭଗବାନଙ୍କ ପାଖରେ କୃତଜ୍ଞ । ପ୍ରେମ ସହ ଆନନ୍ଦ ଏବଂ ବାୟୁ । ''
ଏହା ବି ପଢନ୍ତୁ...ଫରମାନଙ୍କୁ ନେଇ ସାଙ୍ଘାତିକ କଥା କହିଲେ ସନୋଜ ମିଶ୍ରା
ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛା- ଏହି ଖୁସିର ମୂହୁର୍ତ୍ତରେ ସୋନମ କପୁରଙ୍କ ପୋଷ୍ଟରେ ସେଲିବ୍ରିଟିଙ୍କ ଶୁଭେଚ୍ଛା ସୁଅ ଛୁଟିଛି । କରିନା କପୁର ଲେଖିଛନ୍ତି, ତୁମକୁ ଏବଂ ଆନନ୍ଦଙ୍କୁ ଢେର ସାରା ଅଭିନନ୍ଦନ । ସେହିପରି ଦିୟା ମିର୍ଜା ଏବଂ ସ୍ୱରା ଭାସ୍କର ବି ଖାସ୍ ମୂହୁର୍ତ୍ତରେ ଖୁସି ଜାହିର କରିଛନ୍ତି । ନିକଟରେ ମା' ହୋଇଥିବା ପରୀଣିତ ଚୋପ୍ରା ବି ସୋନମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କହି ରଖୁଛି କି, ୨୦୧୮ ମେ ୮ରେ ସୋନମ ଏବଂ ଆନନ୍ଦଙ୍କ ବାହାଘର ହୋଇଥିଲା । ବିବାହର ୪ ବର୍ଷ ପରେ ୨୦୨୨ରେ ପ୍ରଥମେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସୋନମ । ତାଙ୍କ ନାମ ବାୟୁ । ଏବେ ଦ୍ୱିତୀୟ ଥର ପାଇଁ ଆଉ ଏକ ପୁତ୍ର ସନ୍ତାନର ମା' ହୋଇଛନ୍ତି ସୋନମ ।