PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଏଟିଏମ୍‌ ଖୋଳରେ ଲେଖିଥିଲେ ପାସ୍‌ୱାର୍ଡ: ହଜିଲା ଏଟିଏମ୍‌ କାର୍ଡ, ବ୍ଲକ୍‌ ହେବା ପୂର୍ବରୁ ଦୁର୍ବୃତ୍ତ ଟଙ୍କା ନେଇ ପାର୍‌

କଟକ,୧୪/୦୮: କଟକ କାଳୀଗଳିର ଜଣେ ବ୍ୟକ୍ତିଙ୍କର ଏଟିଏମ୍‌ କାର୍ଡ ହଜିଯିବା ପରେ ଉକ୍ତ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ୪୦ ହଜାର ଟଙ୍କା ଉଠାଇନେଇଛି । ଏନେଇ ଲାଲବାଗ୍‌ ଥାନାରେ ଏତଲା ଦାୟର ହୋଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବିକ, କାଳୀଗଳି ଅଞ୍ଚଳରେ ସାଗରମଲ୍‌ ଅଗ୍ରୱାଲ୍‌ ନାମକ ଜଣେ ବ୍ୟକ୍ତି ରହନ୍ତି । ସେଗତ ସପ୍ତାହରେ ଘରୁ କେଉଁଆଡ଼େ ବାହାରକୁ ଯିବା ବାଟରେ ତାଙ୍କର ଏଟିଏମ୍‌ କାର୍ଡଟି ହଜିଯାଇଥିଲା । ତେବେ ସେ ବ୍ୟାଙ୍କ୍‌ ଯାଇ କାର୍ଡକୁ ବ୍ଲକ୍‌ କରିବା ପୂର୍ବରୁ ଉକ୍ତ କାର୍ଡକୁ କେହି ବ୍ୟବହାର କରି ୪୦ ହଜାର ଟଙ୍କା ଉଠାଇ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଟିଏମ୍‌ କାର୍ଡ ଉପରେ ଶ୍ରୀ ଅଗ୍ରୱାଲ୍‌ ପାସ୍‌ୱାର୍ଡ ଲେଖି ରଖିଥିଲେ । ତେଣୁ ଦୁର୍ବୃତ୍ତ ଜଣକ ଅତି ସହଜରେ ଟଙ୍କା ଉଠାଇ ନେଇଛି । ତେବେ ପୁଲିସକୁ ଭ୍ରମିତ କରିବା ପାଇଁ ଦୁର୍ବୃତ୍ତଜଣକ ପ୍ରଥମେ ଭୁବନେଶ୍ୱର ଅଞ୍ଚଳର ଏକ ଏଟିଏମ୍‌ ବ୍ୟବହାର କରି ୨୦ ହଜାର ଟଙ୍କା ଉଠାଇଛି । ପରେ ସେଠାରୁ ଜଗତସିଂହପୁର ଯାଇ ପୁଣି ୨୦ ହଜାର ଟଙ୍କା ଉଠାଇଛି । ୪୦ ହଜାର ଉଠିବା ପରେ ଏବେ କାର୍ଡଟି ବ୍ଲକ୍‌ ହୋଇଯାଇଛି । ଏନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଲାଲବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହାର ତଦନ୍ତ ଜାରି ରହିଛି ।