PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାକ୍ଷୀ ବାନ୍ଧିବାକୁ ଯାଇ ଆଉ ଫେରିଲେ ନାହିଁ, ନିଖୋଜ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଲାଣୀ, ୧୨/୮ : ରାକ୍ଷୀ ବାନ୍ଧିବାକୁ ଯାଇ ନିଖୋଜ ଥିବା ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ତେବେ ନାବାଳକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ନାବାଳକ ହେଲେ ବଲାଣୀ ଡବ୍ଲୁ ହଟିଂର ୧୭ ବର୍ଷୀୟ ସମୀର ରଜ୍ଜକ । ଶୁକ୍ରବାର ଦ୍ଵିପହରରେ ବାଲାଗୋଡ଼ା ମୁଣ୍ଡା ସାହି ଅଞ୍ଚଳରେ ନିର୍ମାଣାଧିନ ଏକ କୋଠା ଘରୁ ସମୀରଙ୍କ ମୃତଦେହ ଠାବ ହୋଇଛି । ସୂଚନାପାଇ ବଲାଣୀ ପୋଲିସ ମୃତ ଶରୀରକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ବଲାଣୀ ପୋଲିସ ।

ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଗତକାଲି ସମୀରକୁ ବାଲାଗୋଡ଼ା ମୁଣ୍ଡା ସାହିର ଏକ ପରିଚିତ ଝିଅ ଫୋନ୍ କଲ୍ କରି ରାକ୍ଷୀ ବାନ୍ଧିବା ପାଇଁ ନିଜ ଘରକୁ ଡାକିଥିଲା । ପରେ ସମୀର ଘରୁ ବାହାରି ଯାଇଥିଲେ କିନ୍ତୁ ରାତିରେ ସେ ଆଉ ଘରକୁ ଫେରି ନଥିଲେ । ଚାରିଆଡେ ଖୋଜା ଖୋଜି କରିବା ସହ ଏ ନେଇ ବଲାଣୀ ଥାନାରେ ଜଣାଇଥିଲେ ପରିବାର ଲୋକେ । ତେବେ ଘଟଣାକୁ ନେଇ ପୋଲିସ ତତ୍ପରତା ପ୍ରକାଶ କରିନଥିଲା ଏବଂ ସାମୀରକୁ ଖୋଜାଖୋଜି କରିନଥିଲା ବୋଲି ସାମୀରଙ୍କ ମା’ ତୁଳସୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ବଲାଣୀ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ହତ୍ୟା ଦିଗରୁ ପୋଲିସ ତଦନ୍ତ କରୁଛି।