PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

୨୦୨୪ରେ ଚଉଦ ନା ଉଣେଇଶ ଲଢ଼େଇ ? ରାଜନୈତିକ ରୂପରେଖ ପରିବର୍ତ୍ତନ.. ପ୍ରାର୍ଥୀ ଚୟନ ଚିତ୍ର ଅସ୍ପଷ୍ଟ

ସମ୍ବଲପୁର ୨୩/୦୫(ଜ୍ଞାନବ୍ରତ ଭୋଇ): ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ସବୁଠୁ ଅଧିକ ବିଜେଡିରେ ସ୍ଥିତି ଅସ୍ପଷ୍ଟ ରହିଛି । ବିଜେପିରେ ପ୍ରାର୍ଥୀତ୍ୱ ନେଇ ସ୍ଥିତି ସ୍ପଷ୍ଟ ଥିବା କୁହାଯାଉଥିବା ବେଳେ ବିଜେଡିରେ ଦଳ ୨୦୧୪ର ପ୍ରାର୍ଥୀଙ୍କୁ ଓହ୍ଲାଇବ ନା ୨୦୧୯ର ପ୍ରାର୍ଥୀଙ୍କୁ ମଇଦାନକୁ ଛାଡିବ ତାହା ଅସ୍ପଷ୍ଟ ରହିଛି ।

୨୦୦୯ରେ ଗଠିତ ଏହି ନିର୍ବାଚନ ମଣ୍ଡଳୀ ପ୍ରଥମରୁ ହିଁ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହି ଆସିଛି । ସେହି ବର୍ଷ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡିଆ ୧୩ ହଜାର ୭୮୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ଏମ୍‌ବି ପ୍ୟାରୀରାଜଙ୍କ ଠାରୁ ବିଜୟୀ ହୋଇଥିଲେ । ଆଉ ବିଜେଡି ପ୍ରାର୍ଥୀ ସନାତନ ବିଶି ମାତ୍ର ୧୫ ହଜାର ୬୯୪ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେପଟେ, ବିଜେପିର ବିଦ୍ରୋହୀ ପ୍ରାର୍ଥୀ ତଥା ସ୍ୱାଧୀନ ଭାବେ ଛିଡ଼ା ହୋଇ ନାଉରୀ ନାଏକ ଚତୁର୍ଥ ଏବଂ ବିଜେପି ପ୍ରାର୍ଥୀ ଦେବାନନ୍ଦ ଭୁସାଗର ପଞ୍ଚମ ସ୍ଥାନରେ ରହିଥିଲେ । କଂଗ୍ରେସ ଭୋଟ୍‌ ପ୍ରତିଶତ ୩୧.୪୫ ଥିବା ବେଳେ ବିଜେଡିର ମାତ୍ର ୧୫.୧୧ ଏବଂ ବିଜେପିର ମାତ୍ର ୧୧.୬୦ ପ୍ରତିଶତ ରହିଥିଲା ।

୨୦୧୪ରେ ଏହି ଆସନକୁ ପ୍ରଥମ କରି ବିଜେଡି ନିଜ ଦଖଲକୁ ନେଇଥିଲା । ଦଳୀୟ ପ୍ରାର୍ଥୀ ରମେଶ ପଟୁଆ ବିଜେପି ପ୍ରାର୍ଥୀ ନାଉରୀ ନାଏକଙ୍କ ଠାରୁ ମାତ୍ର ୧୮୩୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଆଉ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । ଉଲ୍ଲେଖନୀୟ କଥା ହେଉଛି ଯେ, ଏହି ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପିର ଭୋଟ୍‌ ହାର ଯଥାକ୍ରମେ ୨୦.୬୭ ଓ ବିଜେପିର ୨୨.୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ଭୋଟ ହାର ୨୦୦୯ ଠାରୁ ୭.୭ ପ୍ରତିଶତ ଖସିଥିଲା ।

କିନ୍ତୁ, ୨୦୧୯ରେ ରାଜନୀତି କଡ ଲେଉଟାଇଥିଲା । ୨୦୧୪ରେ ସୀମିତ ବ୍ୟବଧାନରେ ପରାସ୍ତ ହୋଇଥିବା ବିଜେପି ନେତା ନାଉରୀ ନାଏକ ବିଜେଡି ପ୍ରାର୍ଥିନୀ ରୀନା ତନ୍ତୀଙ୍କ ଠାରୁ ୬୭୪୩ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ । ଆଉ ଏହି ନିର୍ବାଚନରେ ବି ଉଭୟ ବିଜେପି ଏବଂ ବିଜେଡିର ଭୋଟ୍‌ ହାର ବଢିଥିଲା । ହେଲେ କଂଗ୍ରେସ ପୁଣି ୧୭.୪୬ ପ୍ରତିଶତ ଖସି ମାତ୍ର ୯୭୯୯ ଭୋଟ୍‌ରେ ସୀମିତ ରହିଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ସମରସଜ୍ଜା ଆରମ୍ଭ ହୋଇଥିବା ବେଳେ ଏଠାରୁ କିଏ କିଏ ମଇଦାନକୁ ଓହ୍ଲାଇବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ୨୦୧୯ ମସିହାରେ ଦିବଂଗତ ନେତା ନବ ଦାସ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପର ଠାରୁ ଏହି ଆସନର ରାଜନୈତିକ ରୂପରେଖ ପରିବର୍ତ୍ତନ ହୋଇଥିଲା । ରମେଶଙ୍କ ସ୍ଥାନରେ ନବ ବାବୁ ତାଙ୍କ ଏକାନ୍ତ ଅନୁଗତ ମୋତିଲାଲ ତନ୍ତୀଙ୍କ ଧର୍ମପତ୍ନୀ ରୀନାଙ୍କୁ ଏଠାରୁ ପ୍ରାର୍ଥୀ କରାଇଥିଲେ । ହେଲେ ନବ ବାବୁଙ୍କ ଏହି ପରୀକ୍ଷା ଭୁଲ ପ୍ରମାଣିତ ହୋଇଥିଲା । ଏଭଳି ସ୍ଥିତିରେ ବର୍ତ୍ତମାନ ନବ ବାବୁଙ୍କ ପରେ ସମଗ୍ର ଜିଲ୍ଲାର ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ହୋଇଛି ।

ଆହୁରି ପଢ଼ନ୍ତୁ….

ନବଙ୍କ ଦେହାନ୍ତ ପରେ ଜିଲ୍ଲାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଗୋଟିଚାଳନା ଆରମ୍ଭ ହୋଇଥିବା କୁହାଯାଉଥିଲା । ହେଲେ ବର୍ତ୍ତମାନ ଝାରସୁଗୁଡା ଉପ ନିର୍ବାଚନ ଆରମ୍ଭ ହେବା ପର ଠାରୁ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦବଦବା ବି ବଢିଥିବା ଚର୍ଚ୍ଚା ହେଉଛି । ଏପରିକି କୁଆଡେ ସମ୍ବଲପୁର ଜିଲ୍ଲା ସଂଗଠନ ବି ତାଙ୍କ ଦ୍ୱାରା ପରିଚାଳିତ ହୋଇପାରେ ବୋଲି କୁହାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୧୪ର ପ୍ରାର୍ଥୀ ରମେଶ ପଟୁଆଙ୍କୁ ଦଳ ପୁଣି ଛିଡା କରାଇବ ନା ଗତ ୨୦୧୯ର ପ୍ରାର୍ଥୀ ରୀନା ତନ୍ତୀ କିମ୍ବା ତାଙ୍କ ସ୍ୱାମୀ ମୋତିଲାଲ ତନ୍ତୀ ଲଢ଼ିବେ ଜଣାପଡୁନି ।

ବିଜେପିରୁ ବର୍ତ୍ତମାନର ବିଧାୟକ ଥିବା ନାଉରୀ ନାଏକ ରାଜ୍ୟ ରାଜନୀତିରେ ବି ତାଙ୍କର ଦବଦବା ରଖି ଆସିଥିବାରୁ ତାଙ୍କର ପୁନଃ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚିତ ବୋଲି କୁହାଯାଉଛି । ୨୦୧୯ ପୂର୍ବର ଦୃଶ୍ୟପଟ ଗତ ପଞ୍ଚାୟତ ଭୋଟ୍‌ରେ ବଦଳି ସାରିଛି । ବିଜେଡି ଗତ ୨୦୧୭ ପଞ୍ଚାୟତ ଭୋଟ୍‌ ପରାଜୟର କଡା ବଦଲା ନେଇଛି ଗତବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନକୁ ବିଜେଡି ନିଜ ଦଖଲକୁ ନେଇଛି । ଫଳରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ଏକପ୍ରକାର ଥୟ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର