PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ହରଭଙ୍ଗା ବ୍ଲକରେ ମିଶନ ଲାଇଫ କାର୍ଯ୍ୟକ୍ରମ

ହରଭଙ୍ଗା ୨୫/୫: ଆଜି ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଏକ ମିଶନ ଲାଇଫ କାର୍ଯ୍ୟକ୍ରମ ପୁରୁଣା କଟକ, ସରଧାପୂର ଏବଂ ହରେକୃଷ୍ଣପୁରଠାରେ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ମିଶନ ଲାଇଫର ଥିମ୍ ଅନୁସାରେ ପ୍ରତିଭାଗୀଙ୍କୁ ନେଇ ଯୋଗର ଅଭ୍ୟାସ କରାଯାଇଥିଲା। ଯୋଗ କରିବା ଦ୍ୱାରା ଆମେ କେମିତି ସୁସ୍ଥ ରହିବା , ଆମ ଶରୀର ପାଇଁ ଯୋଗ କେତେ ଆବଶ୍ୟକ ଏହା ଉପରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଯୁବ ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ ବୁଝେଇଥିଲେ। ସମସ୍ତଙ୍କୁ ନେଇ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇ ଥିଲା ।

ଏହି ଆଲୋଚନା ଚକ୍ରରେ ରଞ୍ଜନ କୁମାର ସାମଲ ପରବର୍ତ୍ତୀ ସମୟରେ ଜାତୀୟ ଯୁବ ସ୍ୱେଛାସେବୀ ସୁଧୀର ଦୀପ ଏବଂ ସୁପ୍ରିୟା ଦେହୁରୀଙ୍କ ନେତୃତ୍ୱରେ ଶପଥ ପାଠ ମଧ୍ୟ ହୋଇଥିଲା।। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଧିରେନ ସାହୁ, ଅରୁଣ କୁମାର ବେହେରା, ସୁଶାନ୍ତ କୁମାର ବେହେରା ,ଶ୍ରୀଯୁକ୍ତ ରଞ୍ଜନ କୁମାର ସାମଲ ,ଶ୍ରୀପତି ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରଧାପୂର୍ର ସ୍ଵଂୟ ସହାୟକ ଗୋଷ୍ଠୀର ମାଆ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁଧୀର ଦୀପ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।