ନୂଆଦିଲ୍ଲୀ, ୧/୩ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରୁ ଆସିଲା ଲଜ୍ଜାଜନକ ଖବର । ୨୮ ବର୍ଷୀୟ ଘରୋଇ ସହାୟକ ଆୟୂଷ ନାମକ ଯୁବକଙ୍କୁ ଗିରଫ କରିଛି ପୁଲିସ । ୨୮ ବର୍ଷୀୟ ଆୟୂଷ ୪୨ ବର୍ଷୀୟ ମାଲିକାଣୀଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଡ୍ରିପେସନରେ ଚିକିତ୍ସାଧିକ ମାଲିକାଣୀ ଗଭୀର ନିଦ୍ରାରେ ଶୋଇବା ପରେ ଖରାପ କାମ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ ମାଲିକାଣୀଙ୍କ ସହ ବାରମ୍ଭାର ଖରାପ କାମ କରିଥିବା ଅଭିଯୋଗ ହୋଇଛି । ଡ୍ରିପ୍ରେମସନ ପାଇଁ ଚିକିତ୍ସିତ ହେଉଥିବା ମାଲିକାଣୀ ମେଡିସିନ୍ ଖାଇ ଶୋଇବା ପରେ ଆୟୂଷ ନିଜର ମନ୍ଦ ଉଦ୍ଦେଶ୍ୟ ସାଧନ କରୁଥିଲା । ଅଭିଯୁକ୍ତ ଜଣକ ସମ୍ପର୍କରେ ଯେତେବେଳେ ମାଲିକାଣୀ ଜାଣିପାରିଥିଲେ ଆୟୂଷକୁ ବାରଣ କରିଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଧମକ ଦେଇଥିଲା । ଯଦି ଏସମ୍ପର୍କରେ କାହା ଆଗରେ କୁହନ୍ତି ତାହେଲେ ମାରିଦେବାକୁ ଧମକ ଦେଇଥିଲେ । ପରେ ସାହସ ଜୁଟାଇ ପୁଲିସ ଆଗରେ ଅଭିଯୋଗ କରିବା ପରେ ଫେବୃଆରୀ ୨୫ ତାରିଖରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ୟ

ମାଲିକାଣୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି କି, ଅଭିଯୁକ୍ତ ପ୍ରତିଦିନ ଖରାପ ଉଦ୍ଦେଶ୍ୟ ହାସଲ କରୁଥିଲା । ଏକଦା ସେ ସେ ଯେତେବେଳେ ଡିପ୍ରେସନ ମେଡିସିନ୍ ଖାଇ ନଥିଲେ ସେ ପ୍ରକୃତ ସତ ଜାଣିପାରିଥିଲେ । ଆଉ ସନ୍ଦେହ କରି ଅଭିଯୁକ୍ତକୁ ଗାଳି କରିଥିଲେ । ମାତ୍ର ସେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଗତ ଫେବୃଆରୀ ୧୩ ତାରିଖରେ ଏହି ଘଟଣା ଘଟିଥିବାବେଳେ ୨୫ ତାରିଖରେ ଅଭୁଯୁକ୍ତ ଗିରଫ ହୋଇଛି ।

ଏହାସହ ପଢ଼ନ୍ତୁ : ଚତୁର୍ଥ ବିବାହ କଲେ କି ସୋଏବ ? ପୋଷ୍ଟ ଭାଇରାଲ ପରେ ସୋସିଆଲ ମିଡିଆରେ ଲେଖିଲେ ଏମିତି...