ନୂଆଦିଲ୍ଲୀ, ୧/୩ : ପୁଣିଥରେ ବାହା ହେଉଛଛନ୍ତି କି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ? ବର ବେଶ ଆଉ ଥରେ ବାହାହେବେ କି ? ଗଣମାଧ୍ୟମରେ ଏମିତି ଏକ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି । ଯାହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୋଏବ । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ସାନିଆ ମିର୍ଜାଙ୍କ ସହ ତାଙ୍କର ଛାଡ଼ପତ୍ରକୁ ସ୍ବିକାର କରିଥିବାବେଳେ ପତ୍ନୀ ସାନା ଜାଭେଦଙ୍କ କରାଯାଉଥିବା ସମାଲୋଚନାର ଜବାବ ରଖିଛନ୍ତି ।
ସୋ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ୨୦୨୩ ମସିହା ଆରମ୍ଭରେ ସେ ବିବାହ କରିଛନ୍ତି । ଆମ ପିଲାଙ୍କ ଭବିଷ୍ୟତ ପାଇଁ ପୁନଃବିବାହ କରିଛୁ । ମୋ ପରିବାର ଗୋପନୀୟତା ଦୃଷ୍ଟତରୁ ସବୁକଥା ଲଚାଇ ରଖିଥାଏ । ହୁଏତ ମୋ ଦୁର୍ବଲତାକୁ ଲୋକେ ଦୁର୍ବଳନା ଭାବେ ବ୍ୟାଖ୍ୟା କରନ୍ତି । ମୋ ବ୍ୟକ୍ତିଗତ ଜୀବନ ସମ୍ପର୍କ ଅନେକ ଗୁଜବ ଖବର ପ୍ରସାରଣ କରାଯାଉଛି । ଏହାସହ ସେ କହିଛନ୍ତି କି, ମୁଁ ସାନା ଜାଭେଦଙ୍କୁ ବିବାହ କରିବା ପରଠାରୁ ଲୋକେ ମୋ ପ୍ରତିଛବିକୁ ମଳିନ କରୁଛନ୍ତି । ଜାଣିଶୁଣି ମୋତେ ଟ୍ରୋଲ କରୁଛନ୍ତି ।
ଏହାସହ ସୋଏବ ପୋଷ୍ଟ କରି ଲେଖିଛନ୍ତି କି, ମୋ ପୁଅ ଏବେ ଏମିତି ଏକ ବୟସରେ ପହଞ୍ଚିଛି ସେ କିଛି ମନଗଢ଼ା ଏବଂ ଟଙ୍କା ପାଇଁ ପ୍ରସାରିତ ମିଥ୍ୟା ଖବରକୁ ପଢ଼ିବାକୁ ବାଧ୍ୟ ହେଉଛି । କିନ୍ତୁ ଯେଉଁମାନେ ଏଭଳି ଖବର ପରିବେଷଣ କରୁଛନ୍ତି ମୁଁ ସେମାନଙ୍କ ଉପରେ ବିରକ୍ତ ହେଉଛି । ଏସାସହ ସୋଏବ ମଲ୍ଲିକ କହିଛନ୍ତି କି, ଯେଉଁମାନେ ଏଭଳି ମିଥ୍ୟ ଖବର ପରିବେଷଣ କରୁଛନ୍ତି ମୁଁ ସେମାନଭଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବି । କାରଣ ଆପଣଙ୍କ ଭଳି ମୋ ମଧ୍ୟ ଏକ ପରିବାର ଅଛି । ଏଭଳି ମଜା କରିବା ବନ୍ଦ କରନ୍ତୁ । ଯଦି କେହି ନଉଣନ୍ତି ତାହେଲେ ଯାହା ପଦକ୍ଷେପ ନେବି ସହିବେ ।
ସେପଟେ ସୋଏବ ମଲ୍ଲିକଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ତିନିଥର ବିବାହ କରିଛନ୍ତି । ୨୦୦୨ ମସିହାରେ ପ୍ରଥମ ବିବାହ କରିଥିଲେ । ଆୟେଶା ସିଦ୍ଧିକଙ୍କୁ ପ୍ରଥମ ବିବାହ କରିଥିବାବେଳେ ୨୦୧୦ ମସିହାରେ ସେମାନଙ୍କ ଛାନପତ୍ର ହୋଇଥିବାବେଳେ ଭାରତୀୟ ଟେନସି ତାରକା ସାନିଆ ମିର୍ଜାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ମାତ୍ର ଏହାପରେ ସେ ପାକିସ୍ତାନୀ ଅଭିନେତ୍ରୀ ସାନାଙ୍କୁ ୨୦୨୪ ମସିହାରେ ତୃତୀୟ ବିବାହ କରିଛନ୍ତି । ସାନିଆଙ୍କ ଏବେ ଗୋଟିଏ ପୁଅ ରହିଥିବାବେଳେ ସେ ସାନିଆଙ୍କ ସହ ରହୁଛି । ଏବେ ପୁଣି ସୋଏବ ଚତୁର୍ଥ ବିବାହ କରିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହାସହ ପଢ଼ନ୍ତୁ : ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡକୁ ସେମିରେ ପହଞ୍ଚାଇଲା ଶ୍ରୀଲଙ୍କା