ନୂଆଦିଲ୍ଲୀ: ଷ୍ଟାଡିୟମରେ ବର୍ଷା । ବର୍ଷା ଛାଡ଼ିବା ପରେ ମାର୍ଶଙ୍କ ଛକା-ଚୌକା ବର୍ଷା । ୧୭ ଛକା-ଚୌକା ସହ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ହାସଲ କଲେ ଶତକ । ୪୯ ବଲରୁ ସେ ଏହି ଶତକ ହାସଲ କରିଛନ୍ତି । ଯାହା ଲକ୍ଷ୍ନୌ ପକ୍ଷରୁ ସେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ଆଇପିଏଲରେ ଏହା ତାଙ୍କର ଦ୍ବିତୀୟ ଶତକ । ପୂର୍ବ ସିଜିନରେ ଗୋଟିଏ ଶତକ ହାସଲ କରିଥିଲେ । ଆଉ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରହିଥିବାବେଳେ ଦମଦାର ପାଳି ଖେଳିଛନ୍ତି ।
ସେ ନିଜର ଶତକ ମଧ୍ୟରେ ୯ ଚୌକା ଏବଂ ୮ ଛକା ମାରିଛନ୍ତି । ବେଙ୍ଗାଲୁରୁର ବୋଲରଙ୍କୁ ସେ ଧୂଳି ଚଟାଇଛନ୍ତି । ଏହି ରେକର୍ଡ ରିଷଭ ପନ୍ତଙ୍କ ନାମରେ ଥିଲା, ଯିଏ ଗତବର୍ଷ ସମାନ ଦଳ ବିପକ୍ଷରେ ୫୪ ବଲ୍ରେ ଶତକ ହାସଲ କରିଥିଲେ। କିନ୍ତୁ ଏବେ ମାର୍ଶ ୪୯ ବଲରେ ଶତକ ହାସଲ କରି ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।
RCB ଅଧିନାୟକ ରଜତ ପତିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ବୋଲରମାନଙ୍କ ଉପରେ ଓଲଟା ପ୍ରଭାବ ପକାଇଲା। ମିଚେଲ ମାର୍ଶ ପ୍ରାରମ୍ଭିକ ଓଭରଗୁଡ଼ିକରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ପାୱାରପ୍ଲେରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ମାର୍ଶ ତାଙ୍କର ଗତି ବଜାୟ ରଖି ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ପାଇଁ ଦୁଇଟି ଶତକ ହାସଲ କରିଥିବା ପ୍ରଥମ ବିଦେଶୀ ଖେଳାଳି ହୋଇଥିଲେ। ସେ ୫୬ ବଲରେ ୧୧୧ ରନ କରିବାରେ ସକ୍ଷମ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ପରାଗଙ୍କ ପରେ ଚହଲ ! ଭିଡିଓ ହେଉଛି ଭାଇରାଲ