PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତର ଏଭଳି ଏକ ରାଜ୍ୟ, ଯେଉଁଠି କେବଳ ରହିଛି ଗୋଟିଏ ରେଲଓ୍ବେ ଷ୍ଟେସନ୍‌ : ଲକ୍ଷାଧିକ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ବାଧ୍ୟ

ଆଇଜଲ୍‌,୯।୩: ଭାରତୀୟ ରେଲଓ୍ବେ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ସେବା। ପ୍ରତିଦିନ ୨୩୧ ଲକ୍ଷ ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ମାଲଗାଡି ଗୁଠିକ ପ୍ରତିଦିନ ୩୩ ଲକ୍ଷ ଟନ୍ ମାଲ୍‌ ପରିବହନ କରିଥାଏ। ଇଣ୍ଡିଆନ୍ ରେଲଓ୍ବେର ନାଁରେ ବହୁ ବଡ ସଫଳତା ରହିଛି। ଦେଶର କୋଣ କୋଣରେ ରେଲଓ୍ବେ ନେଟଓ୍ବର୍କର ଜାଲ ବିଛା ଯାଇଛି। କିନ୍ତୁ ଏହାପରେ ବି ଗୋଟିଏ ରାଜ୍ୟ ଏଭଳି ରହିଛି, ଯେଉଁଠି କେବଳ ଗୋଟିଏ ରେଳଷ୍ଟେସନ୍ ରହିଛି। ଯେଉଁ ଦେଶରେ ୮ ହଜାରରୁ ଅଧିକ ରେଲଓ୍ବେ ଷ୍ଟେସନ୍ ରହିଛି ସେଠାରେ ଏହି ତଥ୍ୟ ଖୁବ୍ ଆଶ୍ଚର୍ଯ୍ୟକର ରହିଛି।

ପୂର୍ବ ଭାରତର ପ୍ରମୁଖ ରାଜ୍ୟ ମିଜୋରାମ୍‌ର ଜନସଂଖ୍ୟା ପ୍ରାୟ ୧୧ ଲକ୍ଷ, କିନ୍ତୁ ସେଠାରେ କେବଳ ଗୋଟିଏ ରେଲଓ୍ବେ ଷ୍ଟେସନ୍ ରହିଛି। ଲୋକମାନେ ଯିବା-ଆସିବା ପାଇଁ ଏଭଳି ଏକ ରେଳ ଷ୍ଟେସନ୍ ଉପରେ ନିର୍ଭର କରିଥାନ୍ତି। ‘ବାଇରବି’ ନାମର ଏହି ରେଳଷ୍ଟେସନ୍‌ ରହିଛି। ଏହି ଷ୍ଟେସନ୍ ରାଜ୍ୟର କୋଲାସିବ ଜିଲ୍ଲାରେ ରହିଛି। ଏହି ଷ୍ଟେସନ୍‌ରେ ଯାତ୍ରୀଙ୍କ ଯିବା ଆସିବା ସହ ମାଲ ପରିବହନ ପାଇଁ କାମରେ ଆସିଥାଏ। ଏହି ଷ୍ଟେସନ୍ ପୂର୍ବରୁ ଖୁବ୍ ଛୋଟ ଥିଲା, କିନ୍ତୁ ୨୦୧୬ ରେ ଏହାକୁ ଆହୁରି ବିକଶିତ କରାଯାଇଥିଲା, ଯାହା ପରେ ସ୍ଥିତି କିଛି ଭଲ ରହିଛି। ଏହି ରେଲଷ୍ଟେସନ୍‌ରେ ତିନୋଟି ପ୍ଲାଟଫର୍ମ ରହିଛି ଓ ଯିବା ଆସିବା ପାଇଁ ଚାରୋଟି ଟ୍ରାକ୍ ତିଆରି ହୋଇଛି।

ରାଜ୍ୟରେ କେବଳ ଗୋଟିଏ ରେଲଓ୍ବେ ଷ୍ଟେସନ୍ ଥିବା କାରଣରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଦୀର୍ଘ ସମୟ ଧରି ଲୋକମାନେ ଆଉ ଏକ ଷ୍ଟେସନ୍ ନିର୍ମାଣ ଦାବି କରୁଛନ୍ତି। କୁହାଯାଇଛି ଯେ, ରେଲଓ୍ବେ ପକ୍ଷରୁ  ରାଜ୍ୟରେ ଆଉ ଏକ ଷ୍ଟେସନ୍‌ର ନିର୍ମାଣ ପ୍ରସ୍ତାବ ଦିଆଯାଇଛି। ଏହା ସହିତ  ଏହି ଷ୍ଟେସନ୍‌ରୁ ରେଲଓ୍ବେ କନେକ୍ଟିଭିଟିକୁ ଆହୁରି ଭଲ କରିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର