ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ବିରଳ ଜଣେ ଜନପ୍ରତିନିଧି: ସବୁଠୁ ଗରିବ ବିଧାୟକ, ମୁଖ୍ୟମନ୍ତ୍ରୀ ନୂଆ ଘର ଦେବା ପରେ ଭୋ ଭୋ ହୋଇ କାନ୍ଦିଲେ

ପାଟନା ୩୦/ ୧୦: ସେ ଜଣେ ବିଧାୟକ । କିନ୍ତୁ ଅନ୍ୟ ବିଧାୟକଙ୍କ ଭଳି ନା ଅଛି ବିଳାସପୂର୍ଣ୍ଣ ଗାଡି ନା ରହିବାକୁ ଅଛି ଖଣ୍ଡେ ଭଲ ଘର । ସାଧାରଣରେ ଗୋଟେ କଥା ସବୁବେଳେ ଚର୍ଚ୍ଚା ହୁଏ । ଥରେ ବିଧାୟକ କିମ୍ବା ସାଂସଦ ହୋଇଗଲେ କୁଆଡେ ପିଢି ପରେ ପିଢି ବସି ଖାଇବାକୁ ଧନ ସମ୍ପତ୍ତି ଠୁଳ କରିପକାନ୍ତି । ସେ ବି ଜଣେ ଜନପ୍ରତିନିଧି ଆଉ ତାଙ୍କ କ୍ଷେତ୍ରରେ କିନ୍ତୁ ଭିନ୍ନ ଏକ ଉଦାହରଣ ଦେଖିବାକୁ ମିଳିଛି ।

ବିହାର ଅଲଉଲି ବିଧାୟକ ରାମବୃକ୍ଷ ସଦା । ବିଧାୟକ ହେଲାପରେ ବି ନିଜ ଗାଁ ରଉନରେ ରୁହନ୍ତି । ଲୋକମାନଙ୍କ ସମସ୍ୟା ଆଉ ସମାଧାନ ଭିତରେ ତାଙ୍କର ଦିନ କଟିଯାଏ । ଘର କହିଲେ ୨୦୦୪ରେ ମିଳିଥିବା ଇନ୍ଦରା ଆବାଦ ଗୃହ ଦୁଇ ବଖରା । ତାହା ବି ଅଧା ଭାଙ୍ଗି ଗଲାଣି । ସମ୍ପତ୍ତି କହିଲେ ସ୍ତାବର ଆଉ ଅସ୍ତାବର ମିଶି ମାତ୍ର ୭୦ ହଜାର ଟଙ୍କାର ହେବ । ରାମବୃକ୍ଷ ହେଉଛନ୍ତି ବିହାରର ସବୁଠାରୁ ଗରିବ ବିଧାୟକ । ଏବେ ସରକାରୀ ଘର ଖଣ୍ଡେ ମିଳିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ରାମବୃକ୍ଷ ସଦା।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାୟକମାନଙ୍କ ପାଇଁ ବାସଗୃହ ଯୋଗାଇଦେବାକୁ ଘୋଷଣା କରିଥିଲେ । ଏବେ ତାହା ସମ୍ପୂର୍ଣ୍ଣ ହେବା ସହିତ ବିଧାୟକଙ୍କୁ ଦିଆଯାଉଛି । ଗତ ବୁଧବାର ରାମବୃକ୍ଷଙ୍କୁ ମଧ୍ୟ ପାଟନାରେ ବିଧାୟକ କୋଟାରେ ଘର ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଘର ଚାବି ଗ୍ରହଣ କରିବା ପରେ ଭାବବିହ୍ବଳ ହୋଇ ଭୋ ଭୋ କାନ୍ଦିଥିଲେ ବିଧାୟକ ରାମବୃକ୍ଷ ସଦା । ଖୁସିରେ ଆଖିରୁ ଝରୁଥିଲା ଧାରଧାର ଲୁହ । ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ରାମବୃକ୍ଷ କହିଥିଲ, ଜଣେ ଗରିବ ଲୋକ ଘର ପାଇବା କୌଣସି ଦିଓ୍ବାଲୀ ଖୁସି ଠାରୁ କମ ନୁହେଁ ।

ରାମବୃକ୍ଷ ସଦା ଜଣେ ମୁସହର ଶ୍ରେଣୀର ହରିଜନ ବିଧାୟକ । ପୂର୍ବରୁ ଇନ୍ଦିରା ଆବାସ ଘରେ ରହୁଥିବା ବିଧାୟକ ଏବେ ୭ ଶଯ୍ୟା ବିଶିଷ୍ଟ ଘର ପାଇ ବେଶ୍‌ ଖୁସି ଅଛନ୍ତି । ଯାହାକି ବିହାର ବିଧାନସଭା ନିକଟରେ ରହିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.