ନବନୀତ ରାଣାଙ୍କ ସ୍ବାମୀ ରବିଙ୍କ ବଡ଼ ବୟାନ, କହିଲେ ମହାରାଷ୍ଟ୍ରରେ କେବଳ ୬ମାସ ନୁହେଁ ୨୫ବର୍ଷ ଚାଲିବ ସରକାର

ମହାରାଷ୍ଟ୍ର, ୪/୭: ମହାରାଷ୍ଟ୍ର ବିବାଦ ଥମିବାରେ ନାଁ ଧରୁନି। ସରକାର ବଦଳିବା ପରେ ବି ପ୍ରତିଦିନ ଜାରି ରହିଛି ବୟାନ ବାଜି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି । ଏବେ ନିର୍ଦ୍ଦଳୀୟ ବିଧାୟକ ଏବଂ ନବନୀତ ରାଣାଙ୍କ ସ୍ବାମୀ ରବି ରାଣାଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଏନସିପି ନେତା ଶରତ ପାଓ୍ବାରଙ୍କ ବୟାନ ଉପରେ ସେ କହିଛନ୍ତି କି ଏହି ସରକାର ୬ମାସ ନୁହେଁ ବରଂ ୨୫ବର୍ଷ ପର୍ଯ୍ୟନ୍ତ ଚାଲିବ ।
ଏହାସହ ଅମରାବତୀ ହତ୍ୟାକାଣ୍ଡ ଘଟଣା ଉପରେ ମଧ୍ୟ ବୟାନ ଦେଇ ଅମରାବତୀ କମିଶନର ଆରତୀ ସିଂହଙ୍କୁ ହଟାଇବାକୁ ଦାବି କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ସେ କହିଛନ୍ତି କି ଅମରାବତୀର ସିପି ନିଲମ୍ବନ ହେବା ଜରୁରୀ । ସିପି ଏହି ଘଟଣାକୁ ପ୍ରଥମରୁ ଚୋରୀ ବୋଲି ଲୁଚାଇଥିଲେ ।