PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ସାମ୍ବାଦିକଙ୍କୁ ବିଧାୟକ ପୁଅଙ୍କ ମାଡ଼ ମାରିଥିବା ଅଭିଯୋଗ: ନିଶାସକ୍ତ ଅବସ୍ଥାରେ ଖେଳାଇଥିଲେ ଆତଙ୍କ, ସାଙ୍ଗରେ ଥିଲେ ଯୁବତୀ..

ଭୁବନେଶ୍ୱର,୨୫/୦୫: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ଅଧ ରାତିରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ ଯୁବତୀ ନିଶାସକ୍ତ ଅବସ୍ଥାରେ ଆତଙ୍କ ଖେଳାଇଛନ୍ତି । ଅଫିସ୍‌ ଫେରୁଥିବା ଜଣେ ସାମ୍ବାଦିକଙ୍କୁ ରାସ୍ତାରେ ସାଇଡ୍‌ ମାରିବା ସହ ମାରପିଟ କରିଛନ୍ତି । ଏନେଇ ସାମ୍ବାଦିକ ଜଣଙ୍କ ଥାନାରେ ଏତଲା ଦେଲା ପରେ ପୁଲିସ୍‌ (୨୧୫/୨୩) ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଗତକାଲି ରାତିରେ ସାମ୍ବାଦିକ ଜଣଙ୍କ ଅଫିସରୁ କାର୍‌ରେ ଘରକୁ ଫେରୁଥିଲେ । ଲକ୍ଷ୍ମୀସାଗର ଛକ ନିକଟରେ ଜଣେ ବିଧାୟକଙ୍କ ପୁଅ ତାଙ୍କ କାର୍‌କୁ ସାଇଡ୍‌ ମାରିଥିଲା । ସାମ୍ବାଦିକ ଜଣଙ୍କ ପ୍ରଥମେ କିଛି କହିନଥିଲେ । ବିଧାୟକ ପୁଅ ପୁଣି ଥରେ ସାଇଡ ମାରିଥିଲେ । ଏଥର ସାମ୍ବାଦିକ ଜଣଙ୍କ ପ୍ରତିବାଦ କରିଥିଲେ । ଏତିକିରେ ଗାଡ଼ିକୁ ରାସ୍ତା ମଝିରେ ରଖି ବିଧାୟକଙ୍କ ପୁଅ ଓ ଉକ୍ତ ଯୁବତୀ କାର୍‌ରୁ ଓହ୍ଲାଇ ଆସି ସାମ୍ବାଦିକଙ୍କୁ ମାଡ ମାରିଥିଲେ । ସାମ୍ବାଦିକଙ୍କ ବେକରୁ ସୁନା ଚେନ୍‌ ଛିଡାଇ ନେଇଥିଲେ ବୋଲି ସାମ୍ବାଦିକ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି ।

ସମ୍ବନ୍ଧିତ ଖବର