ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପ୍ରଥମ କରି ଇ-ଭୋଟିଂ ଆପ୍‌ ଲଞ୍ଚ କଲା ଏହି ରାଜ୍ୟ; ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍

Published By : Ankita S | June 28, 2025 1:37 PM

ପାଟନା,୨୮/୦୬: ମତଦାନ କରିବାକୁ ଭୋଟିଂ କେନ୍ଦ୍ରକୁ ଯିବାକୁ ଅସୁବିଧା ଅଛି କି ? ଆଉ ଟେନ୍‌ସନ୍‌ ନାହିଁ । ଘରେ ବସି ମତଦାନ ସାବ୍ୟସ୍ତ କରିପାରିବେ । ମତଦାତାଙ୍କ ପାଇଁ ଆରମ୍ଭ ହୋଇଛି ମୋବାଇଲ ଫୋନ୍‌ରେ ମତଦାନ ସୁବିଧା । ଲଞ୍ଚ ହୋଇଛି ଇ-ଭୋଟିଂ ଆପ୍‌ । ପ୍ରଥମ ରାଜ୍ୟ ଭାବେ ବିହାର ଏହି ଆପ୍‌ର ଶୁଭାରମ୍ଭ କରିଛି । ପାଇଲଟ୍ ପ୍ରୋଜେକ୍ଟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଟନା, ରୋହତାସ ଏବଂ ପୂର୍ବ ଚମ୍ପାରଣ ଜିଲ୍ଲାର ନଗନ ନିଗମ ନିର୍ବାଚନରେ ଆରମ୍ଭ ହୋଇଛି ।

ଶେଷ ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତି । ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ନାଗରିକଙ୍କୁ ମୋବାଇଲ୍ ଆପ୍ ଜରିଆରେ ମତଦାନ କରିବାକୁ ଅନୁମତି ଦେଇଛି । ଶୁକ୍ରବାର ରାଜ୍ୟ ନିର୍ବାଚନ ଆୟୁକ୍ତ ଦୀପକ ପ୍ରସାଦ କହିଛନ୍ତି, ରାଜ୍ୟର ୬ ନଗର ନିଗମ ନିର୍ବାଚନରେ ଇ-ଭୋଟିଂ ହେବ । ଯେଉଁମାନେ ମତଦାନ କେନ୍ଦ୍ରକୁ ଯିବାକୁ ସକ୍ଷମ ନଥିଲେ ସେମାନେ ଏହି ସୁବିଧା ପାଇବେ । ବିଶେଷ କରି ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ମିଳିବ । ସେପଟେ ରାଜ୍ୟର ୨୬ ଜିଲ୍ଲା ଓ ୪୨ ନଗରପାଳିକାରେ ଆଜି (ଶନିବାର) ମତଦାନ ହେଉଛି । ୨୬ ଜିଲ୍ଲାର ୪୮୯ ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଚାଲିଛି । ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ଅସମର୍ଥ ସେମାନଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି । ପୌର ନିର୍ବାଚନକୁ ଅଧିକ ସହଜ କରିବାକୁ ବିହାରରେ ଏହି ଆପ୍‌ ଲଞ୍ଚ କରିଛି ।

ବିଶେଷ କରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ପ୍ରବାସୀ ଭୋଟର ଏହି ଇ- ଭୋଟିଂ ସିଷ୍ଟମର ସୁବିଧା ପାଇବେ । ଏଥିରେ ଥିବା ବ୍ଲକଚେନ୍‌ ଟେକ୍ନୋଲୋଜି ଦ୍ୱାରା ଫେସ୍ ମ୍ୟାଚିଂ ଓ ସ୍କାନିଂ ହେବ । କେବଳ ଦୁଇ ଜଣ ଭୋଟର ଗୋଟିଏ ନମ୍ବର ବ୍ୟବହାର କରିବାକୁ ଅନୁମତି ରହିଛି । e-SECBHR ମୋବାଇଲ୍ ଆପ ସାହାଯ୍ୟରେ କିମ୍ବା ରାଜ୍ୟ କମିଶନ୍‌ଙ୍କ ୱେବସାଇଟ୍‌ରେ ମତ ସାବ୍ୟସ୍ତ କରିପାରିବେ ଭୋଟର । ଯଦି ମତଦାତା ଫୋନ୍‌ରୁ ଭୋଟ ଦେବାକୁ ଚାହାନ୍ତି ତେବେ ସେମାନଙ୍କୁ ନିଜ ଆଣ୍ଡ୍ରଏଡ ଡିଭାଇସରେ e-SECBHR ଆପ୍‌ ଡାଉନଲୋଡ କରିବାକୁ ହେବ ।  ଏହାପରେ ଫୋନ୍ ନମ୍ବର ସହ ଲିଙ୍କ୍‌ କରିବାକୁ ପଡିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.