ନୂଆଦିଲ୍ଲୀ, ୨୩/୧ : ପ୍ରେମ, ଅଢ଼େଇ ଅକ୍ଷରରେ ଶବ୍ଦରେ ଭରି ରହିଛି ଅନେକ ମହତ୍ବ । କେତେବେଳେ ଆଉ କାହା ସହ ଜାଣି ହୁଏନା । ମାତ୍ର ପ୍ରେମରେ ଧୋକା ଖାଇବାରେ ପରେ କେତେ ଯେ କଷ୍ଟ ହୁଏ ତାହା କେବଳ ଡତାସିଆ ପ୍ରେମିକଙ୍କୁ ଜଣା । ଜଣକ ପ୍ରେମରେ ଆପଣ ଅନ୍ଧ ହୋଇଥିବେ ଆଉ ଶେଷ ସମୟରେ ସବୁ ସତ ଜାଣିବେ ସେତେବେଳେ ପାଦ ତଳୁ ମାଟି ଖସିଯିବା ଭଳି ମନେ ହୁଏ । ଠିକ୍ ସେମିତି ଘଟିଛି ମିସ୍ ସ୍କଟଲ୍ୟାଣ୍ଡର ଫାଇନିଷ୍ଟ ପହଞ୍ଚିଥିବା ଜଣେ ମଡେଲ୍ । ସେ ନିଜ ମନର ଦୁଃଖ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପ୍ରେମରେ ପଡ଼ିଥିବା ପ୍ରେମିକ ଶେଷରେ ଠକ ବାହାରିଛି । ସେ ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ।
ସେ ପ୍ରକାଶ କରିଛନ୍ତି କି, ୨୦୧୫ ମସିହାରେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ । ସୋସିଆଲ ମିଡିଆରେ ପ୍ରଥମେ କଥା ଆଉ ପରେ ପ୍ରେମରେ ପରିଣତ ହୁଏ । ଦୀର୍ଘଦିନ ଧରି ଚାଟିଂରେ ରହିଥିଲେ । ମାତ୍ର ମଡେଲ ଜଣକ ଜିଦ୍ ଧରିଥିଲେ କି, ଭେଟିବା ପାଇଁ । ମାତ୍ର ପ୍ରେମିକ ତାଙ୍କୁ ଭେଟ ହେବାକୁ ରାତି ହୋଇ ନଥିଲେ । ଡାକ୍ତର ଜଣକ ତାଙ୍କୁ ବାରମ୍ବାର ତାରିଖ ଘୁଞ୍ଚାଉଥିବାବେଳେ ମନରେ ଦୁଃଖ ହୋଇଥିଲା । ପରେ ଯେତେବେଳେ ଖବର ନେବାକୁ ଚେଷ୍ଟା କରିଥିଲେ ସେ ଜଣେ ଡାକ୍ତର ନଥିଲେ । ବରଂ ଜଣେ ନର୍ସ ଥିଲେ । ଫେକ୍ ଆଇଡିରୁ ମଡେଲଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ସମ୍ପର୍କ ବଢ଼ାଇଥିଲେ ।
କେମିତି ଭେଟିଥିଲେ ମଡେଲଙ୍କୁ ?
ମଡେଲ ଜଣକ କହିଛନ୍ତି କି, ତାଙ୍କ ସ୍ବର୍ଗତ ଜେଜେବାପା ଯେତେବେଳେ ମେଡିକାଲରେ ସେ ସମୟରେ ନର୍ସ ଜଣକ ତାଙ୍କୁ ଦେଖିଥିଲେ । ଏହାପରେ ଡାକ୍ତର ଦର୍ଶାଇ ସୋସିଆଲ ମିଡିଆରେ କଥା ହୋଇଥିଲେ । ଆଉ ପରେ ପ୍ରେମ ନିବେଦନ କରିଥିଲେ । ସେ ମଧ୍ୟ ପ୍ରେମରେ ପାଗଳ ହୋଇଥିଲେ । ତାଙ୍କଠାରୁ ଟଙ୍କା ଲୁଟିଥିବା ମଧ୍ୟ ସେ କହିଛନ୍ତି । ବିଭିନ୍ନ କାରଣ ଦର୍ଶାଇ ସେ ପଇସା ମାଗିଥିଲେ । ଏଭଳି ଅନେକ ଯୁବତୀଙ୍କ ସହ ସେ କରିଥିବା ଜାଣିବାକୁ ପାଇଥିଲେ । ସେ ଯେତେବେଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ନର୍ସଙ୍କ କାରନାମା ପ୍ରଘଟ ହୋଇଥିଲା । ତେବେ ପ୍ରେମରେ ଧୋକା ଖାଇଥିବା ମଡେଲ ଜଣକ ପ୍ରେମର ପରିଭାଷା ବୁଝାଇବାକୁ ଯାଇ ଏକ ଇଣ୍ଟଭିୟ୍ୟୁ ସମୟରେ କହିଥିଲେ ।