ଭୁବନେଶ୍ୱର ୧୧/୦୯: ବୁଲା ଗାଈ ଗୋରୁ ମୁକ୍ତ ହେବ ରାଜଧାନୀ। ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋ ଶାଳା । ଏଥିପାଇଁ ୪୦ କୋଟି ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 

 

ରାଜଧାନୀରେ ବୁଲା ଗାଈ ଗୋରୁଙ୍କ ପାଇଁ ବଡ଼ ପ୍ଲାନ୍ ଆଣିଲେ ରାଜ୍ୟ ସରକାର । ଖୁବ୍‌ଶୀଘ୍ର ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋ ଶାଳା  । ଆଦର୍ଶ ଗୋ ଶାଳା ପାଇଁ ଜମି ବି ଚିହ୍ନଟ ପ୍ରକିୟା ସରିଛି । ଏଥି ସହିତ ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ଯୋଜନା ରହିଛି। ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ୬ଟି ବଡ଼ ସହର ଗୋ ଶାଳ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳାନ୍ୟାସ କରିଛନ୍ତି। ଏହା ପୂର୍ବରୁ ଜଳେଶ୍ବରରେ ୭ କୋଟି ଟଙ୍କା, ବାରିପଦାରେ ୫ କୋଟି ଟଙ୍କା, ଝାରସୁଗୁଡା ୪ କୋଟି ଟଙ୍କା ଗୋଶାଳା ନିର୍ମାଣ ଚାଲିଛି।