ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମନ୍ଦିରରେ କେକ୍ କାଟି ଅଡୁଆରେ ମେଡଲ, ସମାଲୋଚନା କଲେ ୟୁଜର୍ସ

Published By : Ankita S | December 2, 2024 7:29 AM

ଲକ୍ଷ୍ନୌ,୦୨/୧୨: ମନ୍ଦିରରେ ଜନ୍ମଦିନ ପାଳି ଅଡୁଆରେ ପଡିଛନ୍ତି ଜଣେ ମଡେଲ । ବାରଣୀସୀ କାଳ ଭୈରଭ ମନ୍ଦିରରେ ଜନ୍ମଦିନ କେକ୍ କାଟି ବିବାଦରେ ପଡିଛନ୍ତି ଜଣେ ମଡେଲ । ତାଙ୍କ ନାମ ହେଉଛି ମମତା ରାଏ । ମନ୍ଦିର ଭିତରେ କେକ୍ କାଟିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମଡେଲ ଜଣଙ୍କର ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିର ଫଲୋର୍ସ ରହିଛନ୍ତି । ମନ୍ଦିର ଭିତରେ ଜନ୍ମଦିନର କେକ୍ କାଟି ଫଟୋ ଓ ଭିଡିଓ ଅପଲୋଡ କରିବା ପରେ ତାଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଥିଲେ । ୩୨ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି କି ମମତା ପ୍ରଥମେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଥିଲେ ଏବଂ ମନ୍ଦିର ଭିତରେ ହିଁ ଜନ୍ମଦିନ କେକ୍ କାଟିଥିଲେ ।

ମନ୍ଦିର ପରି ପବିତ୍ର ସ୍ଥାନରେ କିପରି କେକ୍ କାଟିଲେ । ପୂଜକ ଏପରି କରିବାକୁ କାହିଁକି ଅଟକେିଲେ ନାହିଁ ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏହା ଉପରେ ମନ୍ଦିର ମୁଖ୍ୟ ପୂଜକ ନବୀର ଗିରି କହିଛନ୍ତି, ଘଟଣାକୁ ଭୁଲ ଭାବେ ଦର୍ଶାଯାଇଛି । ମମତା ଭାଗବାନଙ୍କ ଲାଗି କେକ୍ ପୂଜାରେ ଅର୍ପଣ କରିବା ଲାଗି ଆଣିଥିଲେ । ମନ୍ଦିରରେ କେକ୍ କାଟିବା ଘଟଣା ନୂଆ ନୁହେଁ । ଅନ୍ୟମାନଙ୍କ ପରି ସେ ମଧ୍ୟ ଏଠାରେ କେକ୍ ଠାକୁରଙ୍କୁ ଲାଗି କରିଥିଲେ । ତେବେ ମନ୍ଦିର ଭିତରେ ଏପରି ନ କରିବା ଲାଗି ମନ୍ଦିର ପ୍ରଶାସନ ସ୍ଥିର କରିଥିବା ପୂଜକ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.