ଆସନ୍ତା ୬ରେ ପୁଣି ଓଡି଼ଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ୩୧/୩: ଏପ୍ରିଲ ୨ ପରେ ପୁଣି ଏପ୍ରିଲ ୬ ତାରିଖରେ ଓଡିଆ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ ୬ ରେ ସେ ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବେ। ୨ ତାରିଖରେ ଓଡ଼ିଶା ଆସି ସେ କଳାହାଣ୍ଡି ଗସ୍ତରେ ଯିବେ।
ଦୁଇ ଦିନ ତଳେ ଓଡିଶା ଗସ୍ତରେ ଆସି କୋରାପୁଟର ଜୟପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ସଭାରେ ସେ ଉଭୟ ବିଜେଡି ଓ କଂଗ୍ରେସକୁ ଶାଣିତ ସମାଲୋଚନା କରିଥିଲେ ।