ଲକ୍ଷ୍ନୌ ୩୦/୧: ନାଗରିକଙ୍କ ସୁବିଧା ପାଇଁ ସବୁବେଳେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରନ୍ତି ମୋଦି ସରକାର । ଏବେ ପୁଣି ମୋଦି ସରକାର ଏଲପିଜି ସିଲିଣ୍ଡର ସମ୍ପର୍କିତ ଏକ ନୂଆ ଖୁସି ଖବର ଆଣିଛନ୍ତି । ଉତ୍ତରପ୍ରଦେଶ ସରକାର ନିକଟରେ ଉଜ୍ୱଲା ଯୋଜନାରେ ମହିଳାଙ୍କ ପାଇଁ ଏକ ଦମଦାର ସ୍କିମ୍ ଆଣିଛନ୍ତି । ଏହି ଯୋଜନାରେ ଉଜ୍ୱଳା ହିତାଧିକାରୀଙ୍କୁ କମ୍ ମୂଲ୍ୟରେ ଗ୍ୟାସ୍ ସିଲିଣ୍ଡର ମିଳିବ । ଏହି ସ୍କିମ୍ ଅନୁସାରେ ହିତାଧିକାରୀଙ୍କୁ ସିଲିଣ୍ଡର ପାଇଁ ଏବେ ମାତ୍ର ୩୨୮ ଟଙ୍କା ଦେବାକୁ ପଡିବ ।
କେବଳ ସେତିକି ନୁହେଁ, ଉଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ରହିଛି ଆଉ ଏକ ଖୁସିଖବର । ମୋଦି ସରକାର ଏବେ ଆପଣଙ୍କ ଘର ପର୍ଯ୍ୟନ୍ତ ଗ୍ୟାସ୍ ପାଇପ୍ ବିଛାଇବା ପାଇଁ ଯାଉଛନ୍ତି । ଏବେ ଆପଣଙ୍କୁ ସିଲିଣ୍ଡର ବୋଝରୁ ମଧ୍ୟ ମୁକ୍ତି ମିଳିବ ।
ଏଥିପାଇଁ ଏବେ କିଛି ସ୍ଥାନରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ କହିରଖୁଛୁ ଗ୍ୟାସ୍ ପାଇପ୍ ଲାଇନ୍ ମାଧ୍ୟମରେ ଗ୍ୟାସ୍ ଘରେ ପହଞ୍ଚିବା ପରେ ଆଉ ଗ୍ୟାସ୍ ସିଲିଣ୍ଡର ପାଇଁ ଲାଇନ୍ ଲଗାଇବାକୁ ପଡିବନି ।