ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ମୋଦି-ନାଇଡୁ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୦ ।୨(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ଆଜି ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି । ନାଇଡୁଙ୍କ ପୁଅର ନାମ ନେଇ ମୋଦି ତାଙ୍କୁ ଟାର୍ଗେଟ କରିଥିଲା ବେଳେ ସେ ମୋଦିଙ୍କ ପତ୍ନୀଙ୍କ ନାମ ନେଇ ତାଙ୍କୁ ଦୃଢ଼ ଜବାବ ଦେଇଛନ୍ତି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଗତବର୍ଷ ଟିଡିପି ଓହରିଯିବା ପରେ ଆଜି ପ୍ରଥମକରି ମୋଦି ଆନ୍ଧ୍ରପ୍ରଦେଶ ଗସ୍ତରେ ଆସିଥିଲେ । ଏହି ଅବସରରେ ଗୁଣ୍ଟୁରଠାରେ ଆୟୋଜିତ ରାଲିରେ ସେ ନାଇଡୁଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ ନାଇଡୁ ସବୁବେଳେ ନିଜକୁ ମୋ ଠାରୁ ବଡ (ସିନିୟର) ବୋଲି ଦାବି କରୁଛନ୍ତି । ହଁ ସେ ମୋ ଠାରୁ ରଙ୍ଗ ବଦଳଇବାରେ ବଡ, ମେଣ୍ଟ ଛାଡିବାରେ ବଡ, ନୂଆ ମେଣ୍ଟ ଗଠନ କରିବାରେ ବଡ ଏବଂ ବଡମାନଙ୍କୁ ପଛରୁ ଛୁରି ମାରିବାରେ ବି ବଡ । ଯେଭଳି ତାଙ୍କ ଶ୍ୱଶୁର ତଥା ଟିଡିପିର ପ୍ରତିଷ୍ଠାତା ଏନ.ଟି ରାମାରାଓ (ଏନ୍‌ଟିଆର)ଙ୍କୁ ପଛରୁ ଛୁରି ମାରିଥିଲେ । ନିଜ ରାଜ୍ୟରେ ନାଇଡୁଙ୍କ ଲୋକପ୍ରିୟତା କମିବାରେ ଲାଗିଛି । ଲୋକମାନଙ୍କ ଟଙ୍କାକୁ ନିଜର ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଜେପି ନିଜ ପଇସାରେ ସଭା ସମିତି କରେ । ଲୋକଙ୍କ ଟଙ୍କା ଖର୍ଚ୍ଚ କରୁଥିବାରୁ ନାଇଡୁଙ୍କୁ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡିବ । ଆନ୍ଧ୍ରପ୍ରଦେଶର ଉଦୟ ପାଇଁ ଯେଉଁ ଲୋକ ପ୍ରତିଶ୍ରୁତି ଦେଇଥିଲେ ଏବେ ସେହି ଲୋକ ନିଜ ପୁଅ ନାରା ଲୋକେଶଙ୍କ ଉଦୟ ପାଇଁ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅମରାବତୀର ବିକାଶ କରିବା କଥା କହୁଥିଲେ । ମାତ୍ର ଏବେ ନିଜର ଉନ୍ନତିରେ ଲାଗିପଡିଛନ୍ତି ବୋଲି ମୋଦି କହିଥିଲେ । ମୋଦିଙ୍କ ଏଭଳି ଅଭିଯୋଗର କଡା ଜବାବ ଦେଇଛନ୍ତି ନାଇଡୁ । ବିଜୟୱାଡା ଠାରେ ଜନସଭାରେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଆପଣ ନିଜ ପତ୍ନୀଙ୍କୁ ଛାଡି ଦେଇଛନ୍ତି । ତେଣୁ ପରିବାର ବ୍ୟବସ୍ଥା କଥା କିଭଳି ଜାଣିବେ । ମୁଁ ମୋ ପୁଅ ଓ ପରିବାରକୁ ଭଲ ପାଏ, ଆଉ ସମ୍ମାନ କରେ । ଆପଣଙ୍କର ପରିବାର ନାହିଁ କି ପୁଅ ବି ନାହିଁ । ତେଣୁ ପରିବାର ପ୍ରତି ଆପଣଙ୍କର
ସମ୍ମାନ କୁଆଡୁ ଆସିବ । ଆପଣ ମୋ ପୁଅ ନାମ ଉଠାଇଲେ, ତେଣୁ ମୁଁ ଆପଣଙ୍କ ପତ୍ନୀଙ୍କ ନାମ ନେଲି ।ଉପସ୍ଥିତ ଲୋକଙ୍କୁ ନାଇଡୁ କହିଥିଲେ କି ଆପଣମାନେ ଜାଣନ୍ତି, ପ୍ରଧାନମନ୍ତ୍ରୀଙ୍କର ଜଣେ ପତ୍ନୀ ଅଛନ୍ତି । ଯାହାଙ୍କ ନାମ ଯଶୋଦାବେନ । ପ୍ରଧାନମନ୍ତ୍ରୀ ନିଜକୁ ଜଣେ ଚା ବାଲା ବୋଲି ଦାବି କରୁଛନ୍ତି । କିନ୍ତୁ ତାଙ୍କ ସୁଟ୍‌-ବୁଟ୍‌କୁ ଦେଖନ୍ତୁ । ମୋଦି ଦେଶ ଓ ଦେଶର ସବୁ ବ୍ୟବସ୍ଥାକୁ ଧ୍ୱଂସ କରଛନ୍ତି । ବିମିୁଦ୍ରୀକରଣ ହେଉଛି ଏକ ଆଡବାୟା ତୁଗଲକ ଆଇନ । ସେମାନେ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ୨୦୦୦ ଟଙ୍କିଆ ନୋଟ ଆଣିଲେ । ଏଥିରେ ଦୁର୍ନୀତି କିଭଳି ଲୋପ ପାଇବ । ଆଜି ଆମେ ଯେଉଁ ‘ଗୋ ବ୍ୟାକ୍‌’ ସ୍ଳୋଗାନ ଦେଇଛୁ ତାହା ହେଉଛି ଆପଣ ନିଜ ଗାଁ ଗୁଜରାଟକୁ ଫେରିଯାଆନ୍ତୁ । ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଆପଣଙ୍କର ନାହିଁ ବୋଲି ନାଇଡୁ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.