PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

କୁଳଭୂଷଣଙ୍କ ମାମଲାରେ ଆଇସିଜେଙ୍କ ନିଷ୍ପତ୍ତି: ପୁଣି ଭାରତଠୁ ହାରିଲା ପାକିସ୍ତାନ, ମୋଦି କହିଲେ ଏମିତି…

ନୁଆଦିଲ୍ଲୀ ୧୭/୭: କୁଳଭୂଷଣ ଯାଦବଙ୍କ ମାମଲାରେ ଆଇସିଜେଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ଏହି ନିଷ୍ପତ୍ତିକୁ ସତ୍ୟ ଓ ନ୍ଯାୟର ବିଜୟ ବୋଲି କହିଛନ୍ତି । ଆଇସିଜେଙ୍କୁ ଶୁଭେଚ୍ଛା ଜଣାଇବା ସହ ତଥ୍ଯ ଉପରେ ଆଧାରିତ ନ୍ଯାୟ ପ୍ରଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ ଆଇସିଜେଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ସୁଷମା, କହିଲେ ‘ଭାରତର ବୃହତ ବିଜୟ’

ପିଏମ୍ ମୋଦି ଆଶା କରିଛନ୍ତି ଯେ କୁଳଭୂଷଣ ଯାଦବଙ୍କୁ ନ୍ୟାୟ ମିଳିବ । ସେ କହିଛନ୍ତି ଯେ ଆମ ସରକାର, ପ୍ରତି ଭାରତୀୟଙ୍କ ସୁରକ୍ଷା ଓ କଲ୍ଯାଣ ପାଇଁ କାମ କରୁଛି ଏବଂ ଏହିଭଳି ଅନବରତ କରିଚାଲିବ ।

କହିରଖୁଛୁ ଯାଦବଙ୍କୁ ପାକିସ୍ତାନ ଭାରତୀୟ ଗୁଇନ୍ଦା ଆଖ୍ଯା ଦେଇ ମୃତ୍ଯୁ ଦଣ୍ଡ ଶୁଣାଇଥିଲା  । ଭାରତ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆଇସିଜେରେ ଅପିଲ୍ କରିଥିଲା  ।

ଅଧିକ ପଢନ୍ତୁ ଆଇସିଜେରେ ଭାରତର ବଡ ବିଜୟ, କୁଳଭୂଷଣଙ୍କ ଫାଶୀ ଉପରେ ଲାଗିଲା ରୋକ୍

ପୂର୍ବରୁ ମଧ୍ଯ ପାକିସ୍ତାନ ଭାରତଠୁ ହାରିଥିଲା । ୧୦ ଅଗଷ୍ଟ ୧୯୯୯ରେ ଭାରତୀୟ ବାୟୁସେନା ଗୁଜରାତର କଛରେ ପାକିସ୍ତାନ ନୌସେନାର ଏୟାରକ୍ରାଫ୍ଟ ଆଣ୍ଟଲାଣ୍ଟିକକୁ ମାରି ଖସାଇଦେଇଥିଲା । ଏଥିରେ ସବାର ଥିବା ୧୬ ଜଣ ସୈନିକଙ୍କ ମୃତ୍ଯୁ ହୋଇଥିଲା । ପାକିସ୍ତାନ କହିଥିଲା ଯେ ଏୟାରକ୍ରାଫ୍ଟକୁ ତାର ଏୟାରସ୍ପେସରେ ଖସାଯାଇଥିଲା । ଏହାସହ ସେ ଏହି ମାମଲାରେ ଭାରତଠୁ ୬ କୋଟି ଡଲାର କ୍ଷତିପୂରଣ ମାଗିଥିଲା । ଆଇସିଜେର ୧୬ ଜଣ ଜଜଙ୍କ ବେଞ୍ଚ ୨୧ ଜୁନ୍ ୨୦୦୦ରେ ୧୪-୨ରେ ପାକିସ୍ତାନର ଅପିଲକୁ ଖାରଜ କରିଦେଇଥିଲେ । ଏହା ପରେ ଆଜି ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଭାରତଠୁ ହାରିଛି ।