PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଜି ପ୍ରଧାନମନ୍ତ୍ରୀ କରିବେ ‘ପରୀକ୍ଷା ପେ ଚର୍ଚ୍ଚା’ ରାଜ୍ୟର ପ୍ରତି ଶିକ୍ଷାନୁଷ୍ଠାନରେ ହେବ ସିଧା ପ୍ରସାରଣ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆସନ୍ତାକାଲି କରିବେ ପରୀକ୍ଷା ପେ ଚର୍ଚ୍ଚା । ପିଲାଙ୍କୁ ଦେବେ ପରୀକ୍ଷା ଟିପସ୍‌ । ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ କିଭଳି ଚାପମୁକ୍ତ ରହିବେ ସେ ନେଇ ଦେବେ ପରାମର୍ଶ । ଆସନ୍ତାକାଲି ଦିଲ୍ଲୀର ଟାଲ୍‌କୋଟରା ଷ୍ଟାଡିୟମ୍‌ରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପିଲାଙ୍କୁ ସଫଳତାର ମନ୍ତ୍ର ଦେବେ । ତାଙ୍କ ସହ କଥା ହେବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଅନ୍ୟ ଛାତ୍ରଛାତ୍ରୀ ଦେଖିବା ପାଇଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୋ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକ ଯୋଗ ଦେବେ । ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ମନ୍ତ୍ର ଦେବେ । ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ । ପିଲାମାନେ କିଭଳି ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବେ ସେ ସମ୍ପର୍କରେ ସେମାନଙ୍କୁ ବୁଝାଇବେ । ଅଭିଭାବକ ଓ ଶିକ୍ଷକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତି କିଭଳି ଆଭିମୁଖ୍ୟ ରଖିବେ ସେ ସମ୍ପର୍କରେ ମଧ୍ୟ କହିବେ । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ସିଧାସଳଖ କାର୍ଯ୍ୟକ୍ରମରେ କଥା ହେବେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ସିଧାପ୍ରସାରଣ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଆସନ୍ତାକାଲି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ କଥା ହେବେ । ଛାତ୍ରଛାତ୍ରୀ ପରୀକ୍ଷାରେ ଯେଭଳି ଚାପମୁକ୍ତ ହେବେ ସେଥିପାଇଁ ପରାମର୍ଶ ଦେବେ । ତାଙ୍କର ଏହି କାର୍ଯ୍ୟକ୍ରମକୁ ରାଜ୍ୟର ପିଲାମାନେ ଯେଭଳି ଦେଖିପାରିବେ ସେବ୍ୟବସ୍ଥା ପାଇଁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛୁ ।
ଅନ୍ୟପକ୍ଷରେ ପରୀକ୍ଷା ପେ ଚର୍ଚ୍ଚା ୨.୦ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏଟ୍‌ ଓ ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘କ୍ୟାଚି କ୍ୟାପସନ୍‌ କଣ୍ଟେଷ୍ଟ’(ଶିରୋନାମା ପ୍ରତିଯୋଗିତା) ଓ ‘ମାଇଁ ସକ୍ସେସ୍‌ ମନ୍ତ୍ର’(ମୋ ସଫଳତାର ମନ୍ତ୍ର) ପ୍ରତିଯୋଗିତା ହୋଇଥିଲା । ସେହିଭଳି ଶିକ୍ଷକ/ଶିକ୍ଷୟିତ୍ରୀ କଥା ହେବା ପାଇଁ ‘ଟିଚ୍‌ର୍ସ ଥଟ୍‌’ ପ୍ରତିଯୋଗିତା ଓ ଅଭିଭାବକଙ୍କ ପାଇଁ ‘ଲର୍ଣ୍ଣିଂ ଫ୍ରମ୍‌ ମାଇଁ ଏକ୍‌ଜାମ୍‌ ୱାରିଅର୍‌’ ପ୍ରତିଯୋଗିତା ହୋଇଥିଲା । ଏ ପ୍ରତିଯୋଗିତାରେ ଶ୍ରେଷ୍ଠ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପାଇଁ ସହଯୋଗ କରିବ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ କହିଛନ୍ତି ।

ସମ୍ବନ୍ଧିତ ଖବର