ନୂଆଦିଲ୍ଲୀ ୨୪/୦୩: ମଧ୍ୟପ୍ରାଚ୍ୟରେ ଗତ ୨୪ ଦିନ ଧରି ଲାଗି ରହିଥିବା ଯୁଦ୍ଧରେ ବ୍ରେକ୍ ଲାଗିବ ବୋଲି ଟ୍ରମ୍ପ୍ କହିଛନ୍ତି। ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ଇରାନ ସହ କଥାବାର୍ତ୍ତା ଜାରି ରହିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ କରାଯିବ ନାହିଁ । ଟ୍ରମ୍ପଙ୍କ ଏହି ବୟାନ ପରେ, ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବାଘେର ଗାଲିବାଫ ଆମେରିକା ସହିତ ସମ୍ଭାବ୍ୟ ଆଲୋଚନା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇରାନ ଏବଂ ଆମେରିକା ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଏହା ମିଥ୍ୟା ଖବର।
ଗାଲିବାଫ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, “ଇରାନୀ ଜନତା ଆକ୍ରମଣକାରୀ (ଆମେରିକା ଏବଂ ଇସ୍ରାଏଲ) ପାଇଁ ପୂର୍ଣ୍ଣ ଏବଂ କଠୋର ଦଣ୍ଡ ଦାବି କରନ୍ତି। ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ, ସମସ୍ତ ଇରାନୀ ଅଧିକାରୀମାନେ ସେମାନଙ୍କର ସର୍ବୋଚ୍ଚ ନେତା ଏବଂ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହେବେ।"
2/ No negotiations have been held with the US, and fakenews is used to manipulate the financial and oil markets and escape the quagmire in which the US and Israel are trapped.
— محمدباقر قالیباف | MB Ghalibaf (@mb_ghalibaf) March 23, 2026
ଏଥିସହିତ ସେ ତାଙ୍କର ଦ୍ୱିତୀୟ ପୋଷ୍ଟରେ ଲେଖିଛନ୍ତି, "ଆମେରିକା ସହିତ କୌଣସି ଆଲୋଚନା ହୋଇନାହିଁ। ଟ୍ରମ୍ପଙ୍କ ଦ୍ୱାରା ମିଥ୍ୟା ଖବର ବ୍ୟବହାର ଆର୍ଥିକ ଏବଂ ତୈଳ ବଜାରକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ସେହି କାଦୁଅରୁ ନିଜକୁ ବାହାର କରିବା ପାଇଁ କରାଯାଉଛି।"
ଆହୁରି ପଢ଼ନ୍ତୁ...ପାକିସ୍ତାନରେ ସମାଧାନ ହେବ କି ଆମେରିକା-ଇରାନ ବିବାଦ ? ହ୍ବାଇଟ୍ ହାଉସ୍ ଦେଲା ବଡ଼ ଅପ୍ଡେଟ୍