ନୂଆଦିଲ୍ଲା,୧୮/୦୨; ଭାରତର ଷ୍ଟାର ମହମ୍ମଦ ଶାମି ଚଳିତ ରଣଜୀ ସିଜନରେ ଧମାକାଦାର ପ୍ରଦର୍ଶନ କରିଛନ୍ତି । ୩୭ ୱିକେଟ ହାସଲ କରିଛନ୍ତି । ସେମିଫାଇନାଲରେ କ୍ୟାରିୟରର ଶ୍ରେଷ୍ଠ ୮ ୱିକେଟ ହାତେଇଛନ୍ତି । ଏହା ପରେ ବି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । କେବଳ ଶାମିଙ୍କ ଫର୍ମ କି ଫିଟନେସ୍ ନୁହେଁ ବିସିସିଆଇ ସିଲେକ୍ସନ କମିଟିର ସ୍ୱଚ୍ଛତା ଉପରେ ବି ପ୍ରଶ୍ନ ଉଠିଛି । ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ମହମ୍ମଦ ଶାମିଙ୍କ ପାଇଁ ଶେଷ ନା ନୂଆ ସୁଯୋଗ ମିଳିବ ତାହା ଏବେ ପ୍ରଶ୍ନ ।

ଅକ୍ଟୋବର ଶେଷ ନା ନିର୍ଣ୍ଣାୟକ ? ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଯେଉଁଥିରେ ୨ଟି ଟେଷ୍ଟ ସିରିଜ୍ ରହିଛି । ଭାରତ ଶେଷ ଥର ୨୦୦୯ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡରେ ଏକ ଟେଷ୍ଟ ସିରିଜ ଜିତିଥିଲା । ଏହାପରଠୁ ସେଠାରେ ଭାରତ ଜିତିନାହିଁ । ୨୦୧୪ରେ ଶାମି ୨ଟି ଟେଷ୍ଟରେ ୧୦ଟି ୱିକେଟ ନେଇଥିଲେ । ୱେଲିଂଟନରେ ୭୦/୪ ଏବଂ ଅକଲ୍ୟାଣ୍ଡରେ ୩/୩୭ । ୬ ବର୍ଷରେ ୨୦୨୦ରେ ୨ଟି ଟେଷ୍ଟରେ ୫ଟି ୱିକେଟ ନେଇଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ଥିଲା କ୍ରାଏଷ୍ଟଚର୍ଚ୍ଚରେ ୪/୮୧ । ମୋଟାମୋଟି ଭାବରେ ନ୍ୟୁଜିଲାଣ୍ଡରେ ୪ଟି ଟେଷ୍ଟରେ ୧୫ଟି ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ସାମିଙ୍କ ରେକର୍ଡ ସାଧାରଣ ନୁହେଁ । ଏତେ ଦମଦାର ପ୍ଲେୟାର ସତ୍ତ୍ୱେ ସାମିଙ୍କୁ ଅଣଦେଖା କରାଯାଇଛି । ଜାନୁଆରୀରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅତିକମରେ ୪ଟି ଟେଷ୍ଟ ସିରିଜ ରହିଛି । ଯଦି ଏହାକୁ ପ୍ରାଥମିକତା ଦିଆନଯାଏ ସଫଳ ବୋଲରଙ୍କୁ ବିଚାରଙ୍କୁ ନନିଆଯାଏ । ଚୟନ କମିଟି ଏ ଦିଗରେ ଚିନ୍ତା ନକରେ ତେବେ ହୁଏତ ଶାମିଙ୍କ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ ବିଦାୟ ଦ୍ୱାର ହୋଇପାରେ । ଶାମି ଶେଷ ଥର ପାଇଁ ୨୦୨୫ ଚାମ୍ପିଆନ୍ସ ଟ୍ରଫିରେ ଖେଳିଥିଲେ ।

ଏହା ବି ପଢନ୍ତୁ...ରଣଜୀ ଟ୍ରଫିରେ ଇତିହାସ ରଚିଲା ଜମ୍ମୁ କାଶ୍ମୀର, ବେଙ୍ଗଲକୁ ହରାଇ ଫାଇନାଲରେ କଲା ଏଣ୍ଟ୍ରୀ

ଅସଲ ମୁଦ୍ଦା ସମ୍ମାନଜନକ ଅନ୍ତ ନା ନୀରବ ଅନିଶ୍ଚିତ । ଏ କାହାଣୀ କେବଳ ଜଣେ ଦ୍ରୁତ ବୋଲରଙ୍କ କମବ୍ୟାକ ନୁହେଁ । ଏହା ଏକ ପରୀକ୍ଷା କି ଭାରତୀୟ ଚୟନ ପ୍ରକ୍ରିୟା ପ୍ରଦର୍ଶନକୁ ପ୍ରାଥମିକତା ଦିଏ ନା ନାହିଁ । ୯୦ ରନ୍ ଦେଇ ୮ ୱିକେଟ ହାସଲ କରି ତାଙ୍କ ସାମର୍ଥର ପରିଚୟ ଦେଇଛନ୍ତି । ଏବେ ବଲ୍ ଚୟନ କମିଟିଙ୍କ ପାଖେ । ଅକ୍ଟୋବର କେବଳ ୨ଟି ଟେଷ୍ଟ ସିରିଜ ନୁହେଁ ଏହି ସ୍ଥିର କରିବ କି ମହମ୍ମଦ ସାମିଙ୍କ ଅନ୍ତର୍ଜାତୀୟ ଅଧ୍ୟାୟରର ଏକ ସମ୍ମାନଜନକ ଅନ୍ତ ହେବ ନା ନୀରବ ଅନିଶ୍ଚିତାରେ ରହିଯିବ ।