PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଭାରତରେ ଟେଷ୍ଟ ଡେବ୍ୟୁ କରି ସଫଳତା ପାଇଲେ ସିରାଜ, ପ୍ରଥମ ବଲରେ ନେଲେ ଓ୍ବିକେଟ୍

ଚେନ୍ନାଇ, ୧୪/ ୦୨: ଚେନ୍ନାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲା ରୁଟ୍‌ ବାହିନୀ। ଯାହାଫଳରେ ମାତ୍ର ୧୩୪ରନରେ ଚିତ୍‌ ପଟାଙ୍ଗ ହୋଇଥିଲା ଇଂଲଣ୍ଡ ଦଳ। ଭାରତ ପକ୍ଷରୁ ଅଶ୍ବିନ ୫ଟି ଓ୍ବିକେଟ ନେଇଥିବା ବେଳେ ଈଶାନ୍ତ ଓ ଅକ୍ସର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଏଥିସହିତ ଭାରତ ମାଟିରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ।

ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ସାଜିଥିବା ମହମ୍ମଦ ସିରାଜଙ୍କୁ ଚେନ୍ନାଇ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦଳରେ ସ୍ଥାନ ମିଳିଥିଲା। ବିଦେଶ ମାଟିରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା ସିରାଜ ନିଜ ଟେଷ୍ଟ କ୍ୟାରିୟରର ୪ର୍ଥ ମ୍ୟାଚ୍‌ ଖେଳୁଥିଲେ। ଏଥିସହିତ ଭାରତୀୟ ମାଟିରେ ସେ ପ୍ରଥମ ମ୍ୟାଚ ଖେଳୁଥିଲେ। ଦେଶରେ ପ୍ରଥମ ମ୍ୟାଚ୍‌ ଖେଳି ପ୍ରଥମ ବଲରେ ସଫଳତା ପାଇଥିଲେ ସିରାଜ। ଇଂଲଣ୍ଡର ଓଲି ପୋପଙ୍କୁ ଆଉଟ୍‌ କରି ଏହି କାରନାମା ନିଜ ନାମରେ କରିଥିଲେ ସିରାଜ।

ମ୍ୟାଚର ୩୯ ତମ ଓଭରରେ ବିରାଟ ସିରାଜଙ୍କୁ ବୋଲିଂ ଭାର ଦେଇଥିଲେ। ସିରାଜ ପ୍ରଥମ ବଲଟି ଲେଗ୍‌ ସାଇଡରେ ପକାଇଥିଲେ। ପୋପ ବଲଟିକୁ ଖେଳିବାକୁ ପ୍ରୟାସ କରିଥିଲେ ହେଲେ ବଲଟି ଏଜ ଲାଗି ସ୍ବିକେଟ ପଛକୁ ଚାଲି ଯାଇଥିଲା। ପନ୍ତ ନିଜର ବାମପଟକୁ ଡ୍ରାଇଭ ମାରି ଏକ ଶାନଦାର କ୍ୟାଚ୍‌ ଧରିଥିଲେ ଯାହାଫଳରେ ପୋପ ପ୍ୟାଭିଲିଅନ୍‌ ଫେରିଥିଲେ।

ସିରାଜଙ୍କ ପୂର୍ବରୁ ଏହି କାରନାମ ଜଶପ୍ରୀତ୍‌ ବୁମରାଙ୍କ ନାମରେ ହୋଇଥାଆନ୍ତା। ବିଦେଶ ମାଟିରେ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବୁମରା ଚେନ୍ନାଇରେ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଟେଷ୍ଟ କ୍ରିକେଟ ଖେଳିଥିଲେ। ସେ ମଧ୍ୟ ତାଙ୍କ ପ୍ରଥମ ବଲରେ ଏହି ସଫଳତା ପାଇଥାଆନ୍ତେ ହେଲେ ପନ୍ତ କ୍ୟାଚ୍‌ କଲେକ୍ଟ ନକରି ପାରିବାରୁ ଏହି କାରନାମା କରି ପାରିନଥିଲେ।