ନୂଆଦିଲ୍ଲୀ,୧୧/୧୦: ଭାରତୀୟ ଦଳ ଏସିଆ କପ ଜିତିଛି, କିନ୍ତୁ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ତାଜା ରିପୋର୍ଟ ଅନୁସାରେ ICC ଟ୍ରଫି ଏବେ ବି ଦୁବାଇର ଏସୀୟ କ୍ରିକେଟ ପରିଷଦ ମୁଖ୍ୟାଳୟରେ ରହିଛି । ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ମୋହସିନ ନକଭି ତାଙ୍କ ବିନା ଅନୁମତିରେ ଟ୍ରଫିକୁ ହଟାଯାଇ ପାରିବ ନାହିଁ ବୋଲି କହିଛନ୍ତି । ନକଭି ତାଙ୍କ ସହ ଟ୍ରଫି ନେଇଯିବାକୁ ନେଇ ବିସିସିଆଇ ବଡ଼ ଆକ୍ସନ ନେବାକୁ ଯାଉଛି । ଆସନ୍ତା ମାସରେ ICC ବୈଠକରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ଆଇସିସିରୁ ବିଦା ହୋଇପାରନ୍ତି ପାକ୍ କ୍ରିକେଟ ବୋର୍ଡ ଚିଫ୍ ମୋହସିନ ନକଭି ।
ବିସିସିଆଇ ନେବ ଆକ୍ସନ- ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ବିସିସିଆଇ ନକଭି ଆଇସିସି ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ ଆଇସିସି ବୈଠକ ଡାକିପାରେ । ଆସନ୍ତା ମାସରେ ICC ବୈଠକରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ବିସିସିଆଇ ସ୍ପଷ୍ଟ କରିଛି ଯେ, ନକଭି ଟ୍ରଫିକୁ ନିଜେ ଭାରତୀୟ ଦଳକୁ ହସ୍ତାନ୍ତର କରିବାକୁ ଜିଦ୍ ଧରିବା ଏବଂ ବିସିସିଆଇକୁ ପଠାଇବାକୁ ମନା କରିବାର କୌଣସି ଅଧିକାର ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା । ବିଜୟ ପରେ ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲା । ଟ୍ରଫି ପ୍ରଦାନ ଉତ୍ସବ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଭାରତ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିବାରୁ ପିସିବି ଅଧ୍ୟକ୍ଷ ଏହାକୁ ତାଙ୍କ ସହିତ ନେଇଗଲେ ।
ଟ୍ରଫିକୁ ନେଇ ନକଭିଙ୍କ ନୂଆ ଡ୍ରାମା- ମୋହସିନ ନକଭି ଏସିଆ କପ୍ ଟ୍ରଫି ସମ୍ପର୍କରେ ଏକ ନୂଆ ଚାଲ୍ ଚଲାଇଛନ୍ତି । ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ନକଭି କହିଛନ୍ତି ଯେ, ତାଙ୍କ ଅନୁମତି ବିନା ଏହାକୁ ଭାରତକୁ ହସ୍ତାନ୍ତର କରାଯିବା ଉଚିତ୍ ନୁହେଁ । ନକଭି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଟ୍ରଫି ଭାରତୀୟ ଦଳ କିମ୍ବା ବିସିସିଆଇକୁ ହସ୍ତାନ୍ତର କରିବେ