କଟକ, ୩୦/୧ : ମୋକିମଙ୍କ ମହିଳା ସମାବେଶକୁ ନେଇ ପୁଣି ଚର୍ଚ୍ଚା। ମୋକିମଙ୍କ ସମାବେଶରେ ପୁଣି ଅତିଥି ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷ। ସୋଫିଆଙ୍କ ସହ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଓ ୩ କଂଗ୍ରେସ କର୍ପୋରେଟର ଲିଜାରାଣୀ ରାଉତ, ସ୍ବର୍ଣ୍ଣପ୍ରଭା ପଶାୟତ, ଭାନୁ ସେନାପତିଙ୍କ ଉପସ୍ଥିତିକୁ ନେଇ ଅଧିକ ଚର୍ଚ୍ଚା। ଓଡିଶା ଜନତା କଂଗ୍ରେସ ନାମରେ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ। ଗତ କିଛି ଦିନ ତଳେ ଯୁବ ସମାବେଶ କରିଥିବା ବେଳେ ଆଜି କରିଥିଲେ ମହିଳା ସମାବେଶ। ତେବେ ଏହା ରାଜନୈତିକ ସମାବେଶ ନୁହେଁ କହି କଥା ଏଡାଇଥିବା ବେଳେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା କହିଛନ୍ତି ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି। ଆଲୋଚନାକୁ ନ ଡାକି ତାଙ୍କ ସହ ଅବିଚାର କରାଗଲା ।

ମୋକିମ ବାବୁ ଗଲା ପରେ କଟକ କଂଗ୍ରେସ ଦୁର୍ବଳ ହେବ । ନିଜେ ପରିଶ୍ରମ କରି କଟକରେ କଂଗ୍ରେସକୁ ଉଠେଇ ଥିଲେ। ମୋକିମ ବାବୁ ଯେଉଁମାନେ ଭଲ ପାଆନ୍ତି ସେଇମାନେ ତାଙ୍କ ସହ ଯାଉଛନ୍ତି। ସେ ଅଛୁଆଁ ନୁହଁ,ତାଙ୍କ ସହ ଆମେ ସବୁ ଅଛୁ। ତେବେ ଆଜିର ସମାବେଶ ଦଳୀୟ ମିଟିଂ ନଥିଲା କହି ଦେଇଛନ୍ତି ସ୍ପଷ୍ଟୀକରଣ।ସେପଟେ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଆଜିର ବୈଠକରେ ଶିକ୍ଷିତ ମହିଳାଙ୍କୁ ରାଜନୀତିକୁ ଆସିବାକୁ ଦେଇଛନ୍ତି ଖୋଲା ଆହ୍ୱାନ। ତେବେ ବାପାଙ୍କ ସ୍ୱପ୍ନକୁ ଆଗକୁ ସାକାର କରିବି ବୋଲି ପ୍ରତିକ୍ରିୟା ଦେବା ସହ ଦଳ ଛାଡି ବାପାଙ୍କ ସହ ଯାଉଥିବା ନେତାଙ୍କୁ ଦଳରେ ରହିବାକୁ ବୁଝାଇବା ପାଇଁ ପ୍ରୟାଶ କୁରୁଛୁ କହିଛନ୍ତି ସୋଫିଆ।

ଏହାସହ ପଢ଼ନ୍ତୁ : କାହିଁକି ଏମିତି ଚର୍ଚ୍ଚା, ନୂଆ ଗଢ଼ି ପଶ୍ଚିମବଙ୍ଗ ନିର୍ବାଚନରେ ଏଣ୍ଟ୍ରି କରିବେ କି ଅରିଜିତ୍ ?