ଭଦ୍ରକ, ୧୨।୪ : ଟ୍ରକକୁ ପଛରୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଭିତରେ ଚାପି ହୋଇ ରହିଲେ ୩ କର୍ମଚାରୀ। ଦୀର୍ଘ ସମୟ ଧରି ଚାପି ହୋଇ ରହିବା ପରେ ଦୁଇ ଜଣ ଙ୍କୁ ଲୋକେ ଉଦ୍ଧାର କରିଥିଲେ। ପ୍ରାୟ ଏକ ଘଣ୍ଟା ପରେ ଫାର୍ମାସିଷ୍ଟ ଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ୧୬ ନମ୍ୱର୍ ଜାତୀୟ ରାଜପଥ ରେ ଏହି ଦୁର୍ଘଟଣା ଘଟିଛି ।

୧୦୮ ଆମ୍ବୁଲାନ୍ସ ଟି ରୋଗୀ ଙ୍କୁ ଛାଡି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚରମ୍ପା ପୂର୍ବରୁ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସର ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରିଥିବା ବେଳେ ଫାର୍ମାସିଷ୍ଟ ଜଣକ ଚାପି ହୋଇ ରହିଥିଲେ । ତେବେ ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ଫାର୍ମାସିଷ୍ଟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ୩ ଜଣଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।