କୋଲକାତା, ୩୦/୧ : ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂହ ଅଚାନକ ସଙ୍ଗୀତ ଦୁନିଆକୁ ବାଏ ବାଏ କରିବା ଘଟଣାକୁ ଫ୍ୟାନ୍ସମାନେ ସହଜରେ ବିଶ୍ବାସ କରିପାରୁନାହାନ୍ତି । ତାଙ୍କର ବିଶ୍ବବ୍ୟାପୀ ବହୁ ପ୍ରଂଶସକ ଥିବାବେଳେ ହଠାତ ଏଭଳି ଅବସର ନେବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଏହି ଶୁଣାଶୁଣା ଗାୟକ ଏବେ ଗାଁରେ ଅତି ସାଧାରଣ ଜୀବନ ଯାପନ କରୁଛନ୍ତି । ମାତ୍ର ଏହିରି ଭିତରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତି ଦୁନିଆରେ ପ୍ରବେଶ କରିବାକୁ ଅରିଜିତ ସିଂହ ।

ଅରିଜିତ ସିଂହ ଏକ ନୂଆ ରାଜନୈତିକ ଦଳ ଘୋଷଣା କରିବେ । ଆଉ ସେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମଇଦାନକୁ ଓହ୍ଲାଇବେ । ଏଭଳି କିଛି ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ଏକ ଖବର ମିଳୁଛି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଠ ହୋଇନାହିଁ । ସେପଟେ ଏନେଇ ଅରିଜିତ କୌଣସି ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ କିଛି ପୋଷ୍ଟ କରିନାହାନ୍ତି । ମାତ୍ର ସୋସିଆଲ ମିଡିଆରେ ୟୁଜର୍ସମାନେ ଏମିତି କିଛି ଚର୍ଚ୍ଚା କରୁଛନ୍ତି । କେହି କେହି ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହୁଥିବାବେଳେ ଆଉ କିଛି ଏହାକୁ ମିଛ ଖବର କହି କମେଣ୍ଟ ଦେଉଛନ୍ତି । ମାତ୍ର ଏନେଇ ଅରିଜିତଙ୍କ କୌଣସି ପ୍ରତିକ୍ରିୟା ଏଯାବତ ମିଳିନାହିଁ ।

ଏହାସହ ପଢ଼ନ୍ତୁ : ଲମ୍ବୋଦର ମୁନି ହତ୍ୟା ଘଟଣା : ୫ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ